ETV Bharat / state

Champua Bandh: କେନ୍ଦ୍ରୀୟ ବିଦ୍ୟାଳୟ ଦାବିରେ ଚମ୍ପୁଆ ବନ୍ଦ, ସମର୍ଥନ କଲେ ସହରବାସୀ - Kendriya Vidyalaya Establishment demand in champua

କେନ୍ଦୁଝର ଚମ୍ପୁଆରେ ଅନୁମୋଦିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ପ୍ରଶାସନର ଅସହଯୋଗ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ଚମ୍ପୁଆ ବିକାଶ ପରିଷଦ । ପ୍ରତିବାଦରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚମ୍ପୁଆ ବନ୍ଦ ଡାକରା ଦେଇଛି ସଂଗଠନ । ଅଧିକ ପଢନ୍ତୁ

Champua Bandh:କେନ୍ଦ୍ରୀୟ ବିଦ୍ୟାଳୟ ଦାବିରେ ଚମ୍ପୁଆ ବନ୍ଦ

author img

By

Published : May 23, 2022, 1:45 PM IST

କେନ୍ଦୁଝର: କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଚମ୍ପୁଆ ବନ୍ଦ । କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଅନୁମୋଦିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ପ୍ରଶାସନର ଅସହଯୋଗ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ଚମ୍ପୁଆ ବିକାଶ ପରିଷଦ । ପ୍ରତିବାଦରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚମ୍ପୁଆ ବନ୍ଦ ଡାକରା ଦେଇଛି ସଂଗଠନ ।

Champua Bandh:କେନ୍ଦ୍ରୀୟ ବିଦ୍ୟାଳୟ ଦାବିରେ ଚମ୍ପୁଆ ବନ୍ଦ

ବନ୍ଦ ପାଳନର ପ୍ରଥମ ଦିନରେ ଚମ୍ପୁଆ ସହରବାସୀ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଇତ୍ୟାଦି ବନ୍ଦ ରହିଥିବା ବେଳେ କେବଳ ୨ ଚକିଆ ଯାନକୁ ଛାଡି ପ୍ରାୟତଃ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ବନ୍ଦ ଯୋଗୁଁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ୫୦ ଜାତୀୟ ରାଜପଥରେ ଟ୍ରକ ଗୁଡିକ ଅଟକି ରହିଛି । ବନ୍ଦ ଯୋଗୁଁ ବସ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବନ୍ଦରୁ ଜରୁରୀକାଳୀନ ସେବା ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ।

ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଓ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସ୍ଵୀକୃତି କ୍ରମେ ଜିଲ୍ଲାପାଳଙ୍କୁ ଜମି ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏନଏସି ଅଞ୍ଚଳରେ ଦୁଇ ଦୁଇ ଥର ଜମି ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅସହଯୋଗ ମନୋବୃତ୍ତି ଯୋଗୁଁ ଆଜି ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଗଲାନାହିଁ ।

ଜିଲ୍ଲା ପ୍ରଶାସନ ଚମ୍ପୁଆ ଏନଏସିବାସୀଙ୍କ ସହ ଚଞ୍ଚକତା କରି ଚମ୍ପୁଆ ଠାରୁ ୧୦ କିମି ଦୂର କାକିକା ପ୍ରସାଦ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଚମ୍ପୁଆ ବିକାଶ ପରିଷଦ ଅଭିଯୋଗ କରିଛି । ତେବେ କାକିକାପ୍ରସାଦ ପରିବର୍ତ୍ତେ ଚମ୍ପୁଆରେ ହଁ ସ୍ଥାପନ ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛି ଚମ୍ପୁଆ ବିକାଶ ପରିଷଦ । ଏହି ଆନ୍ଦୋଳନ ୩ ଦିନ ଧରି ଚାଲିବ । ଜିଲ୍ଲା ପ୍ରଶାସନ ଦାବି ନ ମାନିଲେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବୃଦ୍ଧି କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.