କେନ୍ଦୁଝର: ୨୦୧୮ ମସିହାରେ ଜମିଜମା ଗଣ୍ଡଗୋଳକୁ ନେଇ ହୋଇଥିବା ହତ୍ୟାକାଣ୍ଡରେ ଦୋଷୀକୁ ଆଜୀବନ କାରାଦଣ୍ଡ । କେନ୍ଦୁଝର ଘଟଗାଁ ଥାନା ଅଞ୍ଚଳରେ ଜମିବାଡ଼ି ଗଣ୍ଡଗୋଳକୁ ନେଇ ହୋଇଥିବା ମକଦ୍ଦମାରେ ବିଦ୍ୟାଧର ମହାକୁଡ଼ ଡିଗ୍ରୀ ପାଇଥିଲେ । ଏନେଇ ଅପର ପକ୍ଷ ପଦ୍ମଲୋଚନ ମହାକୁଡ଼ ବିଦ୍ୟାଧର ଉପରେ ରାଗ ରଖିଥିଲା । ବିଦ୍ୟାଧର ମହାକୁଡ଼ ବାଙ୍କପାଟୁଳି ହାଟରୁ ଫେରିବା ସମୟରେ ପଦ୍ମଲୋଚନ ଛୁରୀ ଭୂଷି ତାକୁ ହତ୍ୟା କରିଥିଲା ।
ଏହି ଅଭିଯୋଗରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପଦ୍ମଲୋଚନକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ୫୦ ହଜାର ଟଙ୍କା ଜୋରିମାନା ହୋଇଥିବା ବେଳେ ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ ।
ଇଟିଭି ଭାରତ, କେନ୍ଦୁଝର