ETV Bharat / state

Laxmi puja 2023: ଧନଦାତ୍ରୀଙ୍କ ଧରାବତରଣ, ସଜେଇ ହୋଇଛି ଶିଳ୍ପ ନଗରୀ - ଧନଦାତ୍ରୀ ଦେବୀ ମାଆ ଲକ୍ଷ୍ମୀ ପୂଜା

ଆଜି ଧରାପୃଷ୍ଠରେ ପୂଜା ପାଇବେ ଧନଦାତ୍ରୀ ଦେବୀ ମାଆ ଲକ୍ଷ୍ମୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଲକ୍ଷ୍ମୀପୂଜା ପାଳନ କରିବା ପାଇଁ ଅନୁଗୋଳରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ଧନଦାତ୍ରୀଙ୍କ ଧରାବତରଣ, ସଜେଇ ହୋଇଛି ଶିଳ୍ପ ନଗରୀ

author img

By ETV Bharat Odisha Team

Published : Oct 28, 2023, 7:32 AM IST

ଧନଦାତ୍ରୀଙ୍କ ଧରାବତରଣ, ସଜେଇ ହୋଇଛି ଶିଳ୍ପ ନଗରୀ

ଅନୁଗୋଳ: ଆଉ ମାତ୍ର କେଇ ଘଣ୍ଟା ପରେ ଧରାବତରଣ କରିବେ ଧନଦାତ୍ରୀ ଦେବୀ ମହାଲକ୍ଷ୍ମୀ । ମହାଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ସାରା ଅନୁଗୋଳ ଜିଲ୍ଲା । ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ପୂଜା ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଅପେକ୍ଷା ମାଆଙ୍କ ଆଗମନକୁ । ମାଆଙ୍କ ଆଗମନ ପାଇଁ ବଧୂ ଭଳି ସଜେଇ ହୋଇଛି ଅନୁଗୋଳ ସହର । କିଏ ଆକର୍ଷଣୀୟ ତୋରଣ ନିର୍ମାଣରେ ଗୁରୁତ୍ବ ଦେଇଛି ତ ପୁଣି କିଏ ଆଲୋକ ସଜାକୁ ପ୍ରାଧାନ୍ୟ ଦେଇଛି । ସତେ ଯେମିତି ଚାଲିଛି ପୂଜା ପାଇ ଚାଲିଛି ପ୍ରତିଦ୍ବନ୍ଦ୍ବିତା ।

ଆଜି(ଶନିବାର)ରୁ ପୂଜା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୮ତାରିଖ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଗୋଳରେ ବେଶ ଜାକଜମକରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯିବ ବୋଲି ଆଶା ରଖିଛନ୍ତି ପୂଜା କମିଟି କର୍ମକର୍ତ୍ତା । ସାରା ସହର ସେଥିପାଇଁ ଏବେ ଉତ୍ସବ ମୁଖର ହୋଇ ପଡିଛି । ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକ ସଜା ଯାଇଛି । କେଉଁଠି ଫୁଲ ବଗିଚାରେ ମା’ ଲକ୍ଷ୍ମୀ ବିରାଜିବେ ତ ଆଉ କେଉଁଠି ସୁବର୍ଣ୍ଣ ମହଲରେ । ମା’ ଲକ୍ଷ୍ମୀ ଧନ ଲକ୍ଷ୍ମୀ, ଗଜ ଲକ୍ଷ୍ମୀ, ସ୍ୱର୍ଣ୍ଣ ଲକ୍ଷ୍ମୀ, ଲକ୍ଷ୍ମୀ ନାରାୟଣ ଏମିତି ଅନେକ ରୂପରେ ବିରାଜମାନ କରିଥାନ୍ତି ।

ହାମଧ୍ୟ ପଢନ୍ତୁ..Gajalaxmi Puja: ରାତି ପାହିଲେ ବିରାଜିବେ ଧନଦାତ୍ରୀ, ସଜେଇ ହେଲାଣି କେନ୍ଦ୍ରାପଡା

ସବୁ ପୂଜା କମିଟି ଶ୍ରେଷ୍ଠ ହେବାକୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଭଳି ଦେଖିବାକୁ ମିଳୁଛି । ସବୁ ମଣ୍ଡପରେ ପ୍ରତ୍ୟକ ଦିନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଓଲିଉଡର ସୁନାମଧନ୍ୟ ଗାୟକ ଓ ଗାୟିକା ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷ ଅନୁକୂଳ ପାଗ ଥିବାରୁ ଶତାଧିକ ଉଠା ଦୋକାନୀ ଏବେ ଠାରୁ ନିଜର ପସରା ମେଲାଇ ସାରିଲେଣି । ତେଣୁ ଦର୍ଶକ ମାନେ ଏଥର ଭରପୁର ମଜା ଉଠାଇବେ ବୋଲି ଆଶା କରାଯାଉଛି । ପୂଜାରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥର ପୂଜା ଦିନ ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ନୀତି କାନ୍ତିରେ ପରିବର୍ତ୍ତନ କରାଯାଇଛି । ରାତି ପରିବର୍ତ୍ତେ ସକାଳେ ପୂଜା ପାଇଁ ସ୍ଥିର ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.