ETV Bharat / state

ଚାଷୀଙ୍କ ପୁଅ ହେଲେ ଓଏଏସ

ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ସାମ୍ନାରେ ହାର ମାନିଛି ଘରର ଦାରିଦ୍ରତା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପଡ଼ିଆପାଳ ଗ୍ରାମର ମାୟାଧର ପଲେଇଙ୍କ ପୁଅ ଆନନ୍ଦ ଚନ୍ଦ୍ର ପଲେଇ ।  ଯିଏକି ଓଏଏସ ପରୀକ୍ଷାରେ ସଫଳତା ପାଇ ନିଜ ପରିବାର ସହ ଗାଁ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ...

keunjhar boy OAS exam clear
ଚାଷୀଙ୍କ ପୁଅ ହେଲେ ଓଏଏସ
author img

By

Published : Feb 8, 2020, 5:02 PM IST

ଆନନ୍ଦପୁର: ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ସାମ୍ନାରେ ହାର ମାନିଛି ଘରର ଦାରିଦ୍ରତା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପଡ଼ିଆପାଳ ଗ୍ରାମର ମାୟାଧର ପଲେଇଙ୍କ ପୁଅ ଆନନ୍ଦ ଚନ୍ଦ୍ର ପଲେଇ । ଯିଏକି ଓଏଏସ ପରୀକ୍ଷାରେ ସଫଳତା ପାଇ ନିଜ ପରିବାର ସହ ଗାଁ ପାଇଁ ଗୌରବ ଆଣିଛନ୍ତି ।

ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଅନେକ ଦୁଃଖ କଷ୍ଟ ଆସିଛି ଆନନ୍ଦଙ୍କ ଜୀବନରେ । ହେଲେ ମାୟାଧର ପାଠପଢ଼ାରେ କେବେ ଅଭାବ ରଖିନାହାଁନ୍ତି ନିଜ ପୁଅର । ପୁଅର ପାଠ ପଢା ପ୍ରତି ଆଗ୍ରହକୁ ଦେଖି ତାକୁ ଅଧିକ ପଢ଼ାଇବା ପାଇଁ ନିଜ ଜମି ମଧ୍ୟ ବିକ୍ରି କରିଦେଇଥିଲେ ମାୟାଧର ।

ଆଉ ଆଜି ତାଙ୍କ ପରିଶ୍ରମର ଫଳ ମିଳିଛି । ମାୟାଧର ନିଜ ପୁଅର ସଫଳତା ଏତେ ଖୁସି ଅଛନ୍ତି ଯେ କଥା କହିବା ସମୟରେ ମଧ୍ୟ ତାଙ୍କ ଆଖି ଛଳଛଳ ହେଇଯାଉଛି ଆନନ୍ଦ ଅଶ୍ରୁରେ । ମା ମଧ୍ୟ ନିଜ ପୁଅ ପାଇଁ ଗର୍ବିତ ଅଛନ୍ତି ।ଆନନ୍ଦ ସ୍ଥାନୀୟ ବିଦ୍ୟାଳୟରେ ପାଠ ପଢା ଶେଷ କରିବା ପରେ ଭଦ୍ରକ କଲେଜରେ ପଢିଥିଲେ । ପରେ ବ୍ୟାଙ୍କରୁ ଲୋନ କରି ଏମବିଏ ପଢା ଶେଷ କରିବା ପରଠାରୁ ୭ ବର୍ଷ ଧରି ଏଫସିଆଇରେ କାର୍ଯ୍ୟରତ ଥିଲେ ।

ଚାଷୀଙ୍କ ପୁଅ ହେଲେ ଓଏଏସ

ଦିନରେ ଚାକିରି ଜୀବନ ଆଉ ରାତିରେ ପାଠ ପଢି ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ । ଏତେ ପରେ ବି କେବେ ଥକି ପଡିନାହାଁନ୍ତି ସେ। କଠିନ ଅଧ୍ୟବସାୟ ଓ ଦୃଢ଼ଇଚ୍ଛା ଶକ୍ତି ହିଁ ଆଜି ତାଙ୍କୁ ସଫଳତା ଦେଇଛି ବୋଲି କହିଛନ୍ତି ଆନନ୍ଦ I ତାଙ୍କ ସଫଳତାରେ ପଡ଼ିଆପାଳ ଗାଁ ସମ୍ପୂର୍ଣ୍ଣ ଭାବେ ଆନନ୍ଦିତ ହେବା ସହିତ ଏଭଳି ସୁଯୋଗ୍ୟ ସନ୍ତାନକୁ ପାଇ ଗାଁ ଗର୍ବିତ ବୋଲି କହିଛନ୍ତି ଗ୍ରାମବାସୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:2201_AND_PKG_OAS_R_Anandapur

ଆଙ୍କର-ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ସାମ୍ନାରେ ହାର ମାନିଛି ଘରର ଦରିଦ୍ରତା। ଚାଷି ପୁଅ ହୋଇ ମଧ୍ୟ ବିନା କୋଚିଂ ରେ ଓଏସ ପରୀକ୍ଷା ରେ ସଫଳତା ହାସଲ କରିଛନ୍ତି ଆନନ୍ଦ।ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ବେଳୁ ଆନନ୍ଦ ଙ୍କ ପାଠ ପଢା ନିଶା ବାପା ମା ଙ୍କୁ ସ୍ୱପ୍ନ ଦେଇଥିଲା କି ପୁଅ ବଡ଼ ଅଧିକାରୀ ହୋଇ ଲୋକଙ୍କ ସେବା କରିବ। ପୁଅ ମଧ୍ୟ ସେହି ଆଶା ନେଇ ଭଲ ପଢିବା ପରେ ଚାକିରୀ ରେ ଅବସ୍ଥିତ ଥାଇ ମଧ୍ୟ ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ । ନିଜର ଦୃଢ଼ ଇଛାଶକ୍ତି ଯୋଗୁ ସଫଳତା ପାଇଛନ୍ତି ସେ। ଆନନ୍ଦ ଙ୍କ ସଫଳତା ର କାହାଣୀ ଆସନ୍ତୁ ଦେଖିବା ଏଇ ରିପୋର୍ଟ

ଭିଓ-୧-କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପଡ଼ିଆପାଳ ଗ୍ରାମର ମାୟାଧର ପଲେଇ ଙ୍କ ପୁଅ ଆନନ୍ଦ ଚନ୍ଦ୍ର ପଲେଇ ଯିଏକି ଓଏଏସ ପରୀକ୍ଷା ରେ ସଫଳତା ପାଇ ନିଜ ଗାଁ ର ଗୌରବ ଆଣିଛନ୍ତି। ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଅନେକ ଦୁଃଖ କଷ୍ଟ ଆସିଛି ତାଙ୍କ ଜୀବନରେ। ହେଲେ ପାଠପଢ଼ାରେ କେବେ ଅଭାବ ରଖିନାହାନ୍ତି ନିଜ ପୁଅର । ପୁଅ ର ପଢିବା ପାଇଁ ଆଗ୍ରହ କୁ ଦେଖି ତାକୁ ଅଧିକ ପଢ଼ାଇବା ପାଇଁ ନିଜ ଜମି ମଧ୍ୟ ବିକ୍ରି କରିଦେଇଥିଲେ ମାୟାଧର ଆଉ ଆଜି ତାଙ୍କ ପରିଶ୍ରମ ର ଫଳ ମିଳିଛି। ମାୟାଧର ଏତେ ଖୁସି ଅଛନ୍ତି ଯେ କଥା କହିବା ସମୟରେ ମଧ୍ୟ ତାଙ୍କ ଆଖି ଛଳଛଳ ହେଇଯାଉଛି ଆନନ୍ଦଅଶ୍ରୁ ରେ। ମା ମଧ୍ୟ ଗର୍ବିତ ନିଜ ପୁଅ ପାଇଁ

ବାଇଟି-୧-ମାୟାଧର ପଲେଇ, ବାପା
ବାଇଟି-୨-ଅନୁପମା ମହାକୁଡ଼, ସ୍ତ୍ରୀ

ଭିଓ-୨-ଆନନ୍ଦ ସ୍ଥାନୀୟ ବିଦ୍ୟାଳୟ ରେ ପାଠ ପଢା ଶେଷ କରିବା ପରେ ଭଦ୍ରକ କଲେଜ ରେ ପଢିଥିଲେ ଏବଂ ପରେ ବ୍ୟାଙ୍କ ରୁ ଲୋନ କରି ଏମବିଏ ପଢା ଶେଷ କରିବା ପର ଠାରୁ ୭ ବର୍ଷ ଧରି ଏଫ. ସି .ଆଇ.ରେ କାର୍ଯ୍ୟରତ। ଦିନ ରେ ଚାକିରି ଜୀବନ ଆଉ ରାତି ପାଠ ପଢି ଓଏଏସ ପାଇଁ ପ୍ରସ୍ତୁତ । ଏତେ ପରେ ବି କେବେ ଥକି ପଡିନାହାନ୍ତି ସେ। କଠିନ ଅଧ୍ୟବସାୟ ଓ ଦୃଢ଼ଇଚ୍ଛା ଶକ୍ତି ହିଁ ଆଜି ତାଙ୍କୁ ସଫଳତା ଦେଇଛି ବୋଲି କହିଛନ୍ତି ଆନନ୍ଦI ତେବେ ତାଙ୍କ ସଫଳତା ରେ ପଡ଼ିଆପାଳ ଗାଁ ସମ୍ପୂର୍ଣ୍ଣ ଭାବେ ଆନନ୍ଦିତ ହେବା ସହିତ ଏଭଳି ସୁଯୋଗ୍ୟ ସନ୍ତାନ କୁ ପାଇ ଗାଁ ଗର୍ବିତ ବୋଲି କହଛନ୍ତି ଗ୍ରାମବାସୀ।

ବାଇଟି-୩-ଶିବପ୍ରସାଦ ଜେନା, ଗ୍ରାମବାସୀ
ବାଇଟି-୪-ଆନନ୍ଦ ଚନ୍ଦ୍ର ପଲେଇ,ଓଏଏସ

FVO-ଦୃଢ଼ ଇଚ୍ଛା ଶକ୍ତି ଏବଂ ଏକାଗ୍ରତା ଥିଲେ ନିଶ୍ଚୟ ଭାବେ ସଫଳତା ମିଳିପାରିବ।(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.