ETV Bharat / state

କେନ୍ଦୁଝରରେ OSSC ଦୁର୍ନୀତି ତାତି: ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

author img

By

Published : Aug 9, 2021, 4:44 PM IST

କେନ୍ଦୁଝରରେ ମଧ୍ୟ ଦେଖିବାକୁ ମିଳିଛି OSSC ଦୁର୍ନୀତି ତାତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଛାତ୍ର କଂଗ୍ରେସ । CBI ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

କେନ୍ଦୁଝରରେ ମଧ୍ୟ OSSC ଦୁର୍ନୀତି ତାତି, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ CBI ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

କେନ୍ଦୁଝର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ସଦସ୍ୟଙ୍କ ବ୍ୟକ୍ତିଗତ ସହାୟକଙ୍କ ଗିରଫ ଘଟଣାରେ ଆୟୋଗର ଭୂମିକା ସନ୍ଦେହ ଘରକୁ ଆସିଥିବାବେଳେ ଏହାକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଛି ବିକ୍ଷୋଭ । କେନ୍ଦୁଝରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଭମ ରାଜଙ୍କ ନେତୃତ୍ବରେ ଆଜି ବିକ୍ଷୋଭ ଶୋଭାଯାତ୍ରା କରିଛି ଦଳ । କଂଗ୍ରେସ ଭବନ ନିକଟରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶିତ କରିଛି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ ।

ରାଜ୍ୟ ସରକାରଙ୍କ ନିଯୁକ୍ତି ବିଭାଗରେ ହୋଇଥିବା ଦୁର୍ନୀତିକୁ ଖୁବଶୀଘ୍ର CBI ଦ୍ବାରା ତଦନ୍ତ କରାଯିବାକୁ ମଧ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛି ଦଳ ।

OSSC ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ps ବିରଞ୍ଚି ନାରାୟଣ ସାହୁଙ୍କ ଘର ଚଢ଼ାଉ କରିଥିଲା ଭିଜିଲାନ୍ସ । ଏଥିରେ ଆୟଃବହିର୍ଭୁତ ସମ୍ପତ୍ତି ଜବତ ହେବା ପରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ତେବେ କେବଳ ଜଣେ ବ୍ୟକ୍ତିଗତ ସହାୟକ ନା ଆୟୋଗର ଆଉ କେହି ବରିଷ୍ଠ ଅଧିକାରୀ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ତାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏହାକୁ ଦୃଢ ନିନ୍ଦା କରିବା ସହ ସତ୍ୟାସତ୍ୟ ସାମ୍ନାକୁ ଆସିବାକୁ ହେଲେ CBI ତଦନ୍ତର ଆବଶ୍ୟକତା ଥିବା କହିଛି ଛାତ୍ର କଂଗ୍ରେସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.