ଆନନ୍ଦପୁର: ଜମୁଛି ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ପ୍ରସିଦ୍ଧ ଦୁର୍ଗା ପୂଜା । ଶ୍ରଦ୍ଧାଳୁ ମାନେ ମା'ଙ୍କ ଦର୍ଶନ ସହ ମେଳାର ମଜା ନେଉଛନ୍ତି ।
କେନ୍ଦୁଝର ଘସିପୁରା ବ୍ଲକ ରାମଚନ୍ଦ୍ରପୁରର ସାର୍ବଜନୀନ ଦୂର୍ଗା ପୂଜା । ସଞ୍ଜ ନଇଁଲେ, ପୂଜା ମଣ୍ଡପରେ ଧୀରେ ଧୀରେ ଦର୍ଶକଙ୍କର ଭିଡ ବଢିବାରେ ଲାଗିଛି । ମହିଳାମାନେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଷ୍ଟେସନାରୀ ଦୋକାନରେ ଭିଡ ଜମାଉଛନ୍ତି । ଛୋଟ ପିଲାମାନେ ମିକି ମାଉସର ଭରପୁର ମଜା ଉଠାଉଛନ୍ତି । ସେପଟେ ଡ୍ରାଗନ ଦୋଳି ରୋମାଞ୍ଚକର ମଜାରେ ମଜ୍ଜି ଯାଉଛନ୍ତି ପର୍ଯ୍ୟଟକ । ପୂଜା ମଣ୍ଡପ ବୁଲିବା ସହ ଚାର୍ଟ, ଗୁପଚୁପ, ଆଇସକ୍ରିମ୍ ଖାଇବାର ଆନନ୍ଦ ଉଠାଉଛନ୍ତି ପର୍ଯ୍ୟଟକ ।
ସପ୍ତମୀ ଠାରୁ ଆରମ୍ଭ କରି 5 ଦିନ ଧରି ପୂଜା ମଣ୍ଡପ ପାଖରେ ମେଳା ବସେ । 50 ବର୍ଷ ହେବ ସବୁ ଭକ୍ତଙ୍କ ସହାୟତାରେ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି । ପର୍ଯ୍ୟଟକ ବର୍ଷକୁ ଥରେ ଏହି ପୂଜା ମଣ୍ଡପର ଭରପୁର ଆନନ୍ଦ ଉଠାଉଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ