ETV Bharat / state

ଘସିପୁରା ୧୭୧ ନଂବୁଥରେ ହେବ ପୁନଃ ମତଦାନ - revoting

ଘସିପୁରା ନିର୍ଵାଚନ ମଣ୍ଡଳୀର ଭୋଳନୂଆଗାଁର ୧୭୧ ନଂ ବୁଥରେ ପୁନଃ ମତଦାନ ହେବାକୁ ଯାଉଛି । ଏଠାରେ ବୁଥ ରିଂଗି ହେବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : May 15, 2019, 3:19 PM IST

କେନ୍ଦୁଝର: ଆସନ୍ତା ୧୯ ତାରିଖରେ କେନ୍ଦୁଝର ଜିଲ୍ଲାର ଗୋଟିଏ ବୁଥରେ ହେବ ପୁନଃ ମତଦାନ । ଘସିପୁରା ନିର୍ଵାଚନ ମଣ୍ଡଳୀର ଭୋଳନୂଆଗାଁର ୧୭୧ ନଂ ବୁଥରେ ପୁନଃ ମତଦାନ ହେବାକୁ ଯାଉଛି । ଏଠାରେ ବୁଥ ରିଂଗି ହେବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଚଳିତବର୍ଷ କେନ୍ଦୁଝର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଥିଲା । ଏକ ପ୍ରକାରରେ ଜିଲ୍ଲାରେ ସବୁ ସୁରୁଖୁରୁରେ ଭୋଟିଂ ମଧ୍ୟ ସରିଥିଲା । କିନ୍ତୁ ବୁଥ ରିଂଗି ହେବା ନେଇ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ଆସନ୍ତା ୧୯ ତାରିଖରେ ଉକ୍ତ ୧୭୧ ବୁଥରେ ପୁନଃ ମତଦାନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ନିରପେକ୍ଷ ଭୋଟ ଗ୍ରହଣ କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ସରିଥିବା ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.