ETV Bharat / state

ଇସ୍ତଫା ଦେଲେ କେନ୍ଦୁଝର କଂଗ୍ରେସ ନେତା ରତିକାନ୍ତ ବରାଳ - କଂଗ୍ରେସ ଛାଡିଲେ ରତିକାନ୍ତ ବରାଳ

ହାତ ଛାଡିଲେ କେନ୍ଦୁଝର କଂଗ୍ରେସ ନେତା ରତିକାନ୍ତ ବରାଳ । ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ଇସ୍ତଫା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

ଇସ୍ତଫା ଦେଲେ କେନ୍ଦୁଝର କଂଗ୍ରେସ ନେତା ରତିକାନ୍ତ ବରାଳ

author img

By

Published : Apr 19, 2022, 12:34 PM IST

ଆନନ୍ଦପୁର: ହାତ ଛାଡିଲେ କେନ୍ଦୁଝର କଂଗ୍ରେସ ନେତା ରତିକାନ୍ତ ବରାଳ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ରତିକାନ୍ତ ପୂର୍ବରୁ ଘସିପୁରା ବ୍ଲକ ସଭାପତି, କେନ୍ଦୁଝର ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦରେ ଥିଲେ । ଏହାବ୍ୟତୀତ ସେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ଇସ୍ତଫା ଦେଲେ କେନ୍ଦୁଝର କଂଗ୍ରେସ ନେତା ରତିକାନ୍ତ ବରାଳ

ବର୍ତ୍ତମାନ ସମୟରେ କଂଗ୍ରେସ ଦଳର ଯେଉଁଭଳି ଭାବେ ଅଧୋଗତି ହେଉଛି ଏବଂ ଆନନ୍ଦପୁର, ଘସିପୁରା ନିର୍ବାଚନ ମଣ୍ଡଳୀ ପିସିସି ସଭାପତିଙ୍କ ଗଡ ହୋଇଥିବା ସତ୍ତ୍ବେ ଏସବୁ ଅଞ୍ଚଳକୁ ଯେପରି ଅଣଦେଖା କରାଯାଉଛି, ଏଥିରେ ଅସନ୍ତୋଷ ହୋଇ ରତିକାନ୍ତ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ଏପରିକି କଂଗ୍ରେସ ଦଳୀୟ କର୍ମୀଙ୍କ ଦାୟିତ୍ବ ନେଉନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ସେ ଆଉ କେଉଁ ଦଳରେ ଯୋଗ ଦେବେ ସେନେଇ କିଛି ସୂଚନା ଦେଇଛନ୍ତି । ନିଜ ଶୁଭଚିନ୍ତକଙ୍କ ମତାମତ ନେଇ ଏହା ସ୍ଥିର କରିବେ ବୋଲି ରତିକାନ୍ତ ବରାଳ କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.