କେନ୍ଦୁଝର : ଜିଲ୍ଲାରେ ଚାଲିଛି ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ଜିଲ୍ଲା ବ୍ୟାପି ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଜିଲ୍ଲା ପୋଲିସ ପକ୍ଷରୁ ଆଜି ଏହି କ୍ରମରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି ।
ସ୍ଥାନୀୟ ଲାବ୍ୟନ ଛକରୁ ଆରମ୍ଭ ହୋଇଥିବା ଏହି ରାଲିରେ ଶତାଧିକ ପୋଲିସ ମଟର ସାଇକେଲ ଯୋଗ କେନ୍ଦୁଝର ସହର ପରିକ୍ରମା କରି ସଡକ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୋଗଦେଇ ପାତକା ଦେଖାଇ ଉଦଘାଟନ କରିବା ସହ ନିଜେ ସଚେତନ ରହିଲେ ସଡ଼କ ଦୁର୍ଘଟଣାରୁ ବଞ୍ଚି ହେବ ବୋଲି ପ୍ରକାଶ କରିଥିଲେ । ଏହି ଦିବସ ଉପଲକ୍ଷେ ସାତ ଦିନ ବ୍ୟାପି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ