ETV Bharat / state

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ସୁଯୋଗ ଦେବ କଡ଼କନାଥ କୁକୁଡ଼ା

author img

By

Published : Jul 19, 2020, 7:51 PM IST

କଡକନାଥ କୁକୁଡା ଚାଷ ମହିଳାଙ୍କୁ କରିଛି ସ୍ବାବଲମ୍ବୀ । ମହିଳାମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ସ୍ବେଛାସେବୀ ସଂଗଠନ । ସଂଗଠନ ପକ୍ଷରୁ ଏହି ମହିଳା ଗ୍ରୁପର ମହିଳାଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରାଯାଉଛି । ମହିଳାଙ୍କୁ ଏହି ଚାଷ ପାଇଁ ଏକ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ସଂସ୍ଥା ପକ୍ଷରୁ ଦଶ ହଜାର ଟଙ୍କାର ସହାୟତ ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...

କଡ଼କନାଥ କୁକୁଡ଼ା ଯୋଗାଇବ ମହିଳାଙ୍କୁ ସ୍ବାବଲମ୍ବନର ସୁଯୋଗ

କେନ୍ଦୁଝର: କଡ଼କନାଥ କୁକୁଡ଼ା ଯୋଗାଇଛି ମହିଳାଙ୍କୁ ସ୍ବାବଲମ୍ବନର ସୁଯୋଗ । ଦିନ ଥିଲା ମହିଳା ମାନେ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ଥିଲେ । ଘରର ସାର୍ବଜନୀନ କାର୍ଯ୍ୟ ଛଡା ବାହାର ଦୁନିଆ ଦେଖିବାକୁ ତାଙ୍କୁ ସୁଯୋଗ ନଥିଲା । କିନ୍ତୁ ଏବେ ଦିନ ବଦଳିଛି ସମୟ ମଧ୍ୟ ବଦଳିଛି । ମହିଳା ଆଉ ଚାରି କାନ୍ଥ ମଧ୍ୟରେ ସୀମିତ ନରହି ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲାଣି । ମହିଳା ଏବେ ଘରର ପୁରୁଷଙ୍କ ହାତଟେକା ରୋଜଗାରକୁ ନ ଅନାଇ ନିଜେ ନିଜ ଗୋଡ଼ରେ ଛିଡା ହେବା ପାଇଁ ସକ୍ଷମ ହେଲେଣି ।

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଭାଟୁଣିଆ ଗ୍ରାମର ମହିଳାମାନେ କେବଳ ଘରର କାର୍ଯ୍ୟ ନକରି ନିଜେ ସ୍ବାବଲମ୍ବନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଭାଟୁଣିଆ ଗ୍ରାମ ହେଉଛି ଏକ ଆଦିବାସୀ ବହୁଳ ଗ୍ରାମ । ଗ୍ରାମବାସୀଙ୍କ ଏକମାତ୍ର ରୋଜଗାରର ମାଧ୍ୟମ ହେଉଛି ଚାଷ । ଗ୍ରାମର ବିଭିନ୍ନ ପ୍ରକାରର ପନିପରିବା କେନ୍ଦୁଝର ସହରକୁ ଦାନା ଯୋଗାଇ ଥାଏ । ପୂର୍ବରୁ ଗ୍ରାମର ପୁରୁଷ ଲୋକେ ହିଁ ଚାଷବାସ ସହ ରୋଜଗାରର ଏକମାତ୍ର ମାଧ୍ୟମ ଥିଲେ । କିନ୍ତୁ ବର୍ତ୍ତମାନ ଗ୍ରାମର ମହିଳା ମାନେ ମଧ୍ୟ ପୁରୁଷଙ୍କ ସହ ହାତ ମିଳାଇଛନ୍ତି । ଏହି ମହିଳା ମାନେ ବିଲରେ ପରିବା କରିବା ସହ ଧାନ ଓ ମାଣ୍ଡିଆ ଚାଷ କରୁଛନ୍ତି । ଏହା ସହ ଗ୍ରାମର ମହିଳା ମାନେ ଉତ୍ପାଦିକା ଗୋଷ୍ଠୀ କରି କଡ଼କନାଥ କୁକୁଡ଼ା ଚାଷ କରିବାକୁ ଅଣ୍ଟା ଭିଡିଛନ୍ତି ।

ଏହି ଉତ୍ପାଦିକା ଗୋଷ୍ଠୀ ସହଯୋଗର ହାତ ବଢାଇଛନ୍ତି ଆଇଡିଏ ସ୍ବେଛାସେବୀ ସଂଗଠନ । ସଂଗଠନ ପକ୍ଷରୁ ଏହି ମହିଳା ଗ୍ରୁପର ମହିଳାଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରାଯାଉଛି । ସଂଗଠନ ସାହାଯ୍ୟରେ ମହିଳାଙ୍କୁ ସହଯୋଗର ହାତ ବଢାଇଛି ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା । ମହିଳାଙ୍କୁ ଏହି ଚାଷ ପାଇଁ ଏକ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ସଂସ୍ଥା ପକ୍ଷରୁ ଦଶ ହଜାର ଟଙ୍କାର ସହାୟତ ପ୍ରଦାନ କରାଯାଉଛି । ବର୍ତ୍ତମାନ ୫୦ ଜଣ ମହିଳାଙ୍କୁ ୨୦ ଟି କଡ଼କନାଥ କୁକୁଡ଼ା ପ୍ରଦାନ କରାଯାଇଛି ।

କଡ଼କନାଥ କୁକୁଡ଼ାର ଚାହିଦା ବର୍ତ୍ତମାନ ବଜାରରେ ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦେଖି ସରକାରୀ ସହଯୋଗ ମାଧ୍ୟମରେ ଏହି ଗ୍ରୁପର ମହିଳାମାନେ ସ୍ବାବଲମ୍ବୀ ହେବେ ବୋଲି ଆଶା ବାନ୍ଧିଛନ୍ତି । ଏହି ମହିଳାଙ୍କ ପରିଶ୍ରମ ଦେଖି ଅନ୍ୟ ମହିଳା ମାନେ ମଧ୍ୟ କଡ଼କନାଥ କୁକୁଡ଼ା ଚାଷ କରିବେ ବୋଲି ଆଗକୁ ଆସୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.