ETV Bharat / state

କେନ୍ଦୁଝର ପୁଅ ଜିତେନ୍ଦ୍ରଙ୍କ ATM ପେଟ୍ରୋଲ ମେସିନ, ସ୍କାନ କଲେ ବାହାରୁଛି ତେଲ - କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌

ଆଖପାଖର 20 କିଲୋମିଟର ଅଞ୍ଚଳରେ ପେଟ୍ରୋଲ ପମ୍ପ ନଥିବା ବେଳେ ସାହା ପାଲଟିଥିଲା ଯାଜପୁର ଡୁବୁରୀଠାରେ ଥିବା ପେଟ୍ରୋଲ ପମ୍ପ । ଏହାକୁ ନଜରରେ ରଖି ଏହି ଏଟିଏମ ପେଟ୍ରୋଲ ମେସିନର ପରିକଳ୍ପନା କରିଥିଲେ ଜିତେନ୍ଦ୍ର । ଅଧିକ ପଢନ୍ତୁ...

atm petrol machine, jitendra hembrum, keonjhar latest news, atm petrol machine in keonjhar, ଏଟିଏମ ପେଟ୍ରୋଲ ମେସିନ, ଜିତେନ୍ଦ୍ର ହେମ୍ବ୍ରମ, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରର ଏଟିଏମ ପେଟ୍ରୋଲ ମେସିନ
ଜିତେନ୍ଦ୍ରଙ୍କ ଏଟିଏମ ପେଟ୍ରୋଲ ମେସିନ; ଜ୍ଞାନ କୌଶଳ ଆଗରେ ଫେଲ ବିଦ୍ୟା
author img

By

Published : Sep 17, 2020, 3:50 PM IST

କେନ୍ଦୁଝର: ଏଟିଏମ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବା କଥା ସଭିଙ୍କୁ ଜଣା । ହେଲେ ଏଟିଏମ ପେଟ୍ରୋଲ ମେସିନ କଥା ହୁଏତ କେହି ଆଗରୁ କେବେ ଶୁଣି ନଥିବେ । ଯେଉଁ ମେସିନ କଥା କେବେ କେହି କଳ୍ପନା କରିନଥିଲେ, ତାହାକୁ ବାସ୍ତବତାରେ ପରିଣତ କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର ଜଣେ ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ । ଏହି ମେସିନକୁ ପରିଚାଳିତ କରିବା ପାଇଁ କୌଣସି ବ୍ୟକ୍ତିର ଆବଶ୍ୟକତା ନଥାଏ । ଗ୍ରାହକ କେବଳ ଟଙ୍କା ଭର୍ତ୍ତି କଲେ ଯଥା ପରିମାଣର ପେଟ୍ରୋଲ ବାହାରିଥାଏ । ଏହା ଆଖପାଖ ଅଞ୍ଚଳବାସୀଙ୍କୁ ସୁବିଧା ଜନକ ହେବା ସହ ରାତି ସମୟରେ ଭୋଗୁଥିବା ଅସୁବିଧା ମଧ୍ୟ ଦୂର ହୋଇଛି । ଆଦିବାସୀ ଯୁବକ ଜିତେନ୍ଦ୍ରଙ୍କ ଏହି ନିଆରା ଉଦ୍ଭାବନ ଏବେ ତାଙ୍କୁ ନୂଆ ପରିଚୟ ଦେବା ସହ ଲୋକଙ୍କୁ ଯୋଗାଇଛି ଅନେକ ସୁବିଧା ।

କେନ୍ଦୁଝର ପୁଅ ଜିତେନ୍ଦ୍ରଙ୍କ ATM ପେଟ୍ରୋଲ ମେସିନ, ସ୍କାନ କଲେ ବାହାରୁଛି ତେଲ

ଆଖପାଖର 20 କିଲୋମିଟର ଅଞ୍ଚଳରେ ପେଟ୍ରୋଲ ପମ୍ପ ନଥିବା ବେଳେ ସାହା ପାଲଟିଥିଲା ଯାଜପୁର ଡୁବୁରୀଠାରେ ଥିବା ପେଟ୍ରୋଲ ପମ୍ପ । ଏହାକୁ ନଜରରେ ରଖି ଏହି ଏଟିଏମ ପେଟ୍ରୋଲ ମେସିନର ପରିକଳ୍ପନା କରିଥିଲେ ଜିତେନ୍ଦ୍ର । ପୂର୍ବରୁ ଦାରିଦ୍ର୍ୟର କଷାଘାତରେ ମାତ୍ର 10ମ ଶ୍ରେଣୀ ପରେ ତାଙ୍କ ପାଠପଢାରେ ଡୋରୀ ବାନ୍ଧିଥିବା ବେଳେ ଏହି ମେସିନ ପ୍ରସ୍ତୁତି ପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଅର୍ଥାଭାବ ସତ୍ତ୍ବେ ବିଭିନ୍ନ ସ୍ଥାନରୁ ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଡ କରି ସେ 6ରୁ 7 ମାସରେ ପ୍ରସ୍ତୁତ କରିଥିବା ଏହି ମେସିନ ଗତ ବର୍ଷେ ହେବ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଏଥିରେ କେବଳ ପଇସା ଭରିବାକୁ ପଡୁଥିବା ବେଳେ ଏବେ ଡିଜିଟାଲ ପେମେଣ୍ଟର ସୁବିଧା ଆଣିଛନ୍ତି ଜିତେନ୍ଦ୍ର । 24 ଘଣ୍ଟା ସେବା ଯୋଗାଉଥିବା ଏହି ମେସିନରେ 50 ଓ 100 ଟଙ୍କାରେ ଉପଲବ୍ଧ ହେଉଛି ପେଟ୍ରୋଲ ।

ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ସତ୍ତ୍ବେ ନିଜ ଇଚ୍ଛା ଶକ୍ତି ପାଇଁ ଆଜି ସେ ସୃଷ୍ଟି କରିଛନ୍ତି ସମାଜ ମଙ୍ଗଳକାରୀ ଏଟିଏମ ପେଟ୍ରୋଲ ମେସିନ । ଆଗକୁ ଏହିପରି ଆଉ 2-3ଟି ପ୍ରକଳ୍ପ ପାଇଁ ସେ ଚିନ୍ତା କରିଥିବା ବେଳେ ଯଦି କିଛି ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନ ମିଳିପାରନ୍ତା, ତାହେଲେ ସାରା ଦେଶରେ ସେ ନିଜ ଜ୍ଞାନ କୌଶଳରେ ସେବା ପହଞ୍ଚାଇପାରନ୍ତେ ବୋଲି ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.