ETV Bharat / state

ଆନନ୍ଦପୁରରେ ଦୁର୍ବୃତ୍ତଙ୍କ ଲୁଟ; ସୁନା ଦୋକାନୀଙ୍କୁ ହାଣି ଲୁଟିନେଲେ ଗହଣା

କେନ୍ଦୁଝର ଆନନ୍ଦପୁର ନନ୍ଦିପଦା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦାଦାଗିରି । ନନ୍ଦିପଦା ଥାନା ନିସଙ୍ଗପୁର ଛକ ନିକଟରେ ଜଣେ ସୁନା ଦୋକାନୀଙ୍କୁ ଭୁଜାଲିରେ ହାଣି ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଅଧିକ ପଢନ୍ତୁ...

author img

By

Published : Nov 3, 2021, 7:25 AM IST

Anandpur
Anandpur

ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁର ନନ୍ଦିପଦା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦାଦାଗିରି । ନନ୍ଦିପଦା ଥାନା ନିସଙ୍ଗପୁର ଛକ ନିକଟରେ ଜଣେ ସୁନା ଦୋକାନୀଙ୍କୁ ଭୁଜାଲିରେ ହାଣି ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଦୋକାନୀ ପବିତ୍ର ଦାସଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଅନନ୍ତ ଗୋପାଳ ଗହଣା ଦୋକାନ ମାଲିକ ପବିତ୍ରଙ୍କ ସ୍ଥାନୀୟ ଛେନାପଦି ଛକ ଠାରେ ସୁନା ଦୋକାନ ରହିଛି ।

ଆନନ୍ଦପୁରରେ ଦୁବୃର୍ତ୍ତଙ୍କ ଲୁଟ; ସୁନା ଦୋକାନୀଙ୍କୁ ହାଣି ଲୁଟିନେଲେ ଗହଣା

ତେବେ ଆଜି ସଂନ୍ଧ୍ୟା ସମୟରେ ଦୋକାନ ବନ୍ଦକରି ନିଜ ବାଇକ ଯୋଗେ ଧନଘର ଟୁକୁଣାରେ ଥିବା ନିଜ ଘରକୁ ଯାଉଥିଲେ । ହଠାତ ନିସଙ୍ଗପୁର ଛକଠାରେ ବାଇକରେ ଆସି ୩ ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ସୁନା ଛଡାଇ ନେବା ସହ ଏକ ଭୁଜାଲିରେ ତାଙ୍କ ପେଟ ଚୋଟ ମାରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.