ETV Bharat / state

ରକ୍ଷକ ସାଜିଲେ ଭକ୍ଷକ: ବଦଳି ପୂର୍ବରୁ ବେଧଡକ ଗଛ କାଟିଲେ ଡେପୁଟି ରେଞ୍ଜର - ରକ୍ଷକ ସାଜିଲେ ଭକ୍ଷକ

ଜଙ୍ଗଲ ସଂରକ୍ଷଣ ବଦଳରେ ଭକ୍ଷକ ସାଜି କାଟିଲେ ଗଛ । ଖୋଦ ଡେପୁଟି ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ଶତାଧିକ ଗଛ କାଟିଲେ ଠିକାଦାର । ଯାହା ବିଭାଗର କାର୍ଯ୍ୟଧାରା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି ।

ବେଆଇନ ଭାବେ ଗଛକାଟିଲେ ଡେପୁଟି ରେଞ୍ଜର
author img

By

Published : Nov 4, 2019, 11:35 AM IST

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ବେଧଡକ ଚାଲିଛି ଗଛକଟା । ଜଙ୍ଗଲ ସଂରକ୍ଷଣ ବଦଳରେ ଭକ୍ଷକ ସାଜି କାଟିଲେ ଗଛ । ଖୋଦ ଡେପୁଟି ରେଞ୍ଜରଙ୍କ ଆଦେଶ କ୍ରମେ କଟା ଚାଲିଥିଲା ଶତାଧିକ ଗଛ । ବଦଳି ହେବା ପୂର୍ବରୁ ବେଆଇନ ଭାବେ ଗଛ କାଟିବାକୁ ଠିକାଦାରଙ୍କୁ ଦେଇଥିଲେ ନିର୍ଦ୍ଦେଶ । ଘଟଣା ଜଣାପଡିବା ପରେ କାଠ ଜବତ କରିଛନ୍ତି ରେଞ୍ଜର ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନାଯୋଗ୍ୟ, ଡେପୁଟି ରେଞ୍ଜରଙ୍କ କିଛି ଦିନ ପରେ ବଦଳି ହେବାର ଅଛି । ଯାହା ପୂର୍ବରୁ ସେ ଠିକାଦାରଙ୍କୁ ଲଗାଇ କଳାପାଟ ଜଙ୍ଗଲରେ ବେଆଇନ ଭାବେ ଶହେରୁ ଊର୍ଦ୍ଧ୍ବ ଗଛ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ବେଆଇନ ଗଛକଟା ବିଷୟରେ ଉକ୍ତ ବନାଞ୍ଚଳ ଦାୟିତ୍ବରେ ଥିବା ଗାର୍ଡ ମଧ୍ୟ ଅଜ୍ଞ ଥିବା ଜଣାପଡିଛି ।

ତେବେ କୌଣସି ଏକ ବିଶେଷ ସୂତ୍ରରୁ ଏହି ଘଟଣା ବିଷୟରେ ଫରେଷ୍ଟର ବେଆଇନ ଗଛକଟାକୁ ନେଇ ତେଲକୋଇ ରେଞ୍ଜରଙ୍କୁ ଜଣାଇଥିଲେ । ଏହା ପରେ ରେଞ୍ଜର ଉକ୍ତ କତଳାପାଟ ଜଙ୍ଗଲରେ କଟା ହୋଇଥିବା ବିଭିନ୍ନ ଶାଳ ଗଛକୁ ଜବତ କରିଛନ୍ତି । ଜବତ ହୋଇଥିବା କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ଅନୁମାନ କରାଯାଉଛି । ଜଙ୍ଗଲ ସଂରକ୍ଷଣ ବଦଳରେ ଏଭଳି ବେଆଇନ ଭାବେ ଗଛ କାଟୁଥିବା ନେଇ ବିଭାଗର କାର୍ଯ୍ୟଧାରା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବେଆଇନ ଭାବେ ଡେପୁଟି ରେଞ୍ଜର ଙ୍କ ଦ୍ଵାରା କଟାଗଛ କୁ ଜବତ କଲେ ରେଞ୍ଜରBody:ଆଙ୍କର- କେନ୍ଦୁଝର ବନଖଣ୍ଡ ଅଧୀନରେ ବେଧଡକ ଚାଲିଛି ବେଆଇନ ଗଛକଟା । ଏହାର ଏକ ନମୁନା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ କଳାପାଟ ଜଙ୍ଗଲରେ । କିଛିଦିନ ତଳେ ଡେ଼ପୁଟି ରେଞ୍ଜର ବେଆଇନ ଭାବେ କାଟିଥିବା ଗଛକୁ ଜବତ କରିଛନ୍ତି ରେଞ୍ଜର। ଖବର ଅନୁସାରେ ତେଲକୋଇ ବନାଞ୍ଚଳର ଡେ଼ପୁଟି ରେଞ୍ଜର କିଛିଦିନ ମଧ୍ୟରେ ବଦଳି ହେବାର ଅଛି । ଏହା ପୂର୍ବରୁ ସେ ବେଆଇନ ଗଛ କାଟିବ ପାଇଁ ପଡାଙ୍ଗ ଅଞ୍ଚଳର ଠିକାଦାରଙ୍କୁ କହିଥିଲେ । ଠିକାଦାର ଡେ଼ପୁଟି ରେଞ୍ଜରଙ୍କ କହିବା ଅନୁଯାୟୀ ଏକଶହ ରୁ ଉର୍ଦ୍ଧ୍ବ ଶାଳ ଗଛ କାଟୁଥିଲେ ।ଏହି ବେଆଇନ ଗଛକଟା ବିଷୟରେ ଉକ୍ତ ବନାଞ୍ଚଳ ଦାଇତ୍ୱରେ ଥିବା ଗାର୍ଡ ମଧ୍ୟ ଅଜ୍ଞ ଥିବା ଜଣା ପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର ବେଆଇନ ଗଛକଟା କୁ ନେଇ ତେଲକୋଇ ରେଞ୍ଜର କୁ ଜଣେଇ ଥିଲେ । ଏହାପରେ ରେଞ୍ଜର ଉକ୍ତ କଳାପାଟ ଜଙ୍ଗଲରେ କଟା ହୋଇଥିବା ବିଭିନ୍ନ ଶାଳ ଗଛକୁ ଜବତ କରିଛନ୍ତି । ଏହି ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣା ପଡ଼ିଛି । ଜଙ୍ଗଲ ବିଭାଗ ଗଛ ସଂରକ୍ଷଣ କରିବା ବଦଳରେ ବେଆଇନ ଭାବେ ଗଛ କାଟୁଥିବା ନେଇ ବିଭାଗର କାର୍ଯ୍ୟଧାରା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି ।

ବାଇଟ-୧-ଗଙ୍ଗାଧର ପ୍ରଧାନ ( ଗଛ କାଟୁଥିବା ଠିକାଦାର) ଅଧା ଗଞ୍ଜି ପିନ୍ଦିଥିବା ଲୋକ

ବାଇଟ-୨- ଜୟକୃଷ୍ଣ ଦାସ( ଫରେଷ୍ଟ ଗାର୍ଡ)

ବାଇଟ-୩- ଅନିରୁଦ୍ଧ ପଣ୍ଡା ( ଫରେଷ୍ଟର) ଚଷମା ପିନ୍ଧିଥିବା ଲୋକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.