କେନ୍ଦୁଝର: ଜିଲ୍ଲାରେ ଚଳିତ ବର୍ଷ ୧୩୦ ଟି ପରୀକ୍ଷାକେନ୍ଦ୍ର କରାଯାଇ ଥିବାବେଳେ ମୋଟ ୨୪୪୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ୧୧ ନୋଡାଲ ସେଣ୍ଟର କରାଯିବା ସହ ପ୍ରଶ୍ନପତ୍ରକୁ ୨୪ ଘଣ୍ଟିଆ ସୁରକ୍ଷା ଦିଆଯାଉଛି । ଏଥିସହ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି ।
ପରୀକ୍ଷାର ପ୍ରଥମ ଦିନରେ ଓଡ଼ିଆ ଭାଷା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେ ବିଦ୍ୟାଳୟ ଗୁଡିକରେ ସୁରକ୍ଷା ମଧ୍ୟ କଡାକଡ଼ି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ