ETV Bharat / state

କେନ୍ଦୁଝରରେ ବେଡ ସଂଖ୍ୟା ବୃଦ୍ଧି ସହ ନୂଆ ଏସଓପି ଜାରି

କେନ୍ଦୁଝରରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ବୃଦ୍ଧି ହେଲା ବେଡ ସଂଖ୍ୟା । ଏଥିସହ ନୂଆ ଗାଇଡଲାଇନ ମଧ୍ୟ ଜାରି । ଅଧିକ ପଢନ୍ତୁ....

କେନ୍ଦୁଝରରେ ବେଡ ସଂଖ୍ୟା ବୃଦ୍ଧି ସହ ନୂଆ ଏସଓପି ଜାରି
କେନ୍ଦୁଝରରେ ବେଡ ସଂଖ୍ୟା ବୃଦ୍ଧି ସହ ନୂଆ ଏସଓପି ଜାରି
author img

By

Published : Apr 28, 2021, 4:05 PM IST

କେନ୍ଦୁଝର: ଜିଲ୍ଲାରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ଏସଓପି ଜାରି କରାଯିବା ସହ କୋଭିଡ କେୟାର ସେଣ୍ଟର ଏବଂ ଡାକ୍ତରଖାନାରେ ବେଡ୍ ଏବଂ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି ।

କେନ୍ଦୁଝରରେ ବେଡ ସଂଖ୍ୟା ବୃଦ୍ଧି ସହ ନୂଆ ଏସଓପି ଜାରି

ଏଥିସହ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲରେ ସ୍ୱଂୟଚାଳିତ ଅମ୍ଳଜାନ ଯନ୍ତ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଯନ୍ତ୍ର ୮୭୦୦ ଲିଟର ଅମ୍ଳଜାନ ଦୈନିକ ଉତ୍ପାଦନ କରିବ । ଏହା ଛଡା ଗତକାଲି(ମଙ୍ଗଳବାର) ଠାରୁ ଏବିଏସ ମର୍ଚଣ୍ଟରିଫିଲିଙ୍ଗ ସେଣ୍ଟର ଆରମ୍ଭ କରାଯାଇ ଥିବାବେଳେ ଆବଶ୍ୟକ ମୁତାବକ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅକ୍ସିଜେନ ବେଡ ସଂଖ୍ୟା 45 ରୁ ୧୩୦ କୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏହାସହ କୋଭିଡ କେୟାର ସେଣ୍ଟରରେ ବେଡ ସଂଖ୍ୟା 750କୁ ବୃଦ୍ଧି କରାଯାଇଛି ।

ଜିଲ୍ଲାରେ ୧୩୯ଟି ଟାଇପ ସି ଅମ୍ଳଜାନ ସିଲିଣ୍ଡର ଓ ୫୪୧ ଟାଇପ ବି ସିଲିଣ୍ଡର ଥିବାବେଳେ ଅମ୍ଳଜାନ ଜନିତ ଅସୁବିଧା ଦେଖାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାପାଳ ନୂଆ ଏସଓପି ମଧ୍ୟ ଜାରି କରାଯାଇଛି । ଏସଓପି ଅନୁଯାୟୀ ସାମାଜିକ କାର୍ଯ୍ୟକ୍ରମରେ ଆବଶ୍ୟକତା ଠାରୁ ଅଧିକ ଭିଡ ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୌରପାଳିକା ଓ ଅନ୍ୟ ପାଞ୍ଚୋଟି ସହରାଞ୍ଚଳ ନିକଟସ୍ଥ ଗ୍ରାମ ପଞ୍ଚାୟତଗୁଡିକରେ ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଭିଡକୁ ବାରଣ କରାଯାଇଛି । ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ଥିବାବେଳେ ନୂତନ ଟୀକାକରଣ ନେଇ ବିସ୍ତୃତ ଆଲୋଚନା କରିଥିଲେ । ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି କିପରି ନୂତନ ଟୀକାକରଣ ପ୍ରକ୍ରିୟାରେ ସାମିଲ ହେବେ ସେନେଇ ସିଡିଏମଓ ଆଲୋଚନା କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.