ETV Bharat / state

ଦିବ୍ୟାଙ୍ଗ ଖେଳିଲେ ହୋଲି - prayas

ହୋଲିର ରଙ୍ଗରେ ରଙ୍ଗେଇ ହେଲେ ଦିବ୍ୟାଙ୍ଗ। ସାଧାରଣ ପିଲାଟିଏ ପରି ଏମାନେ ବି ଧୁମଧାମରେ ପାଳିଛନ୍ତି ରଙ୍ଗରପର୍ବ ହୋଲି। କେନ୍ଦୁଝର 'ପ୍ରୟାସ' ଅନୁଷ୍ଠାନ ପରିସରରେ ଦିବ୍ୟାଙ୍ଗ ପିଲାଙ୍କ ସହ ସାମିଲ ହୋଇଥିଲେ ସ୍ଥାନୀୟ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Mar 22, 2019, 1:30 PM IST

କେନ୍ଦୁଝର : ରଙ୍ଗର ପର୍ବରେ ପୁରା ମସଗୁଲ ସମସ୍ତେ। ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳୁଛନ୍ତି ଏହି ଭାଇଚାରାର ପର୍ବ ହୋଲି। ପିଲାଠୁ ବୁଢା ସମସ୍ତଙ୍କ ମନରେ ଆନନ୍ଦର ଉଲ୍ଲାସ। ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ରଙ୍ଗରେ ରଙ୍ଗେଇ ହେଲେ ଦିବ୍ୟାଙ୍ଗ ଅନୁଷ୍ଠାନର ଅନ୍ତେବାସୀ। କେନ୍ଦୁଝର ସହରର ନିକଟସ୍ଥ 'ପ୍ରୟାସ' ଅନୁଷ୍ଠାନ ପରିସରରେ ସମସ୍ତ ଅନ୍ତେବାସୀ ସକାଳୁ ଏହି ମୁହୁର୍ତ୍ତକୁ ଯେପରି ଅନାଇ ବସିଥିଲେ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ବିଭିନ୍ନ ରଙ୍ଗରେ ସୁସଜ୍ଜିତ ହୋଇଥିଲା ଥାଳି । ଏହି ସବୁ ଥିଲା ପ୍ରାକୃତିକ ରଙ୍ଗ। ପ୍ରଥମେ ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ଵାରା ଦହିହାଣ୍ଡି ଭଙ୍ଗା ଯାଇ ହୋଲି ଖେଳର ଶୁଭାରମ୍ଭ କରାଯାଇଥିଲା। ପରେ ସବୁ ଅନ୍ତେବାସୀ ଥାଳିରେ ଥିବା ପ୍ରାକୃତିକ ରଙ୍ଗରେ ହୋଲି ଖେଳିଥିଲେ।

ଏହି ଦିବ୍ୟାଙ୍ଗ ଅନ୍ତେବାସୀଙ୍କ ସହ ମଧ୍ୟ ସାମିଲ ହୋଇଥିଲେ ନିକଟସ୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସହରର ବରିଷ୍ଠ ବ୍ୟକ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ସ୍ଲଗ- ଜମିବାଡ଼ି ବିବାଦରୁ ମହାଭାରତ। ପିଟାପିଟି ହୋଇ 8ଗୁରୁତର, ମେଡିକାଲରେ ଭର୍ତ୍ତି।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 21/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋଇ ଥାନା ଅଧିନ ଖଣ୍ଡାସାହି ଗ୍ରାମର 2 ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଲଙ୍କାକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଉଭୟ ପରିବାର ମଧ୍ୟରେ ମାରପିଟ ଯୋଗୁଁ 8ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ସୂଚନା ମିଳିଛି। ଉଭୟ ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଖଣ୍ଡାସାହି ଗ୍ରାମରଣଭୈରବ ମହାଳିକଙ୍କ ଘର ଆଜି ବାଡ଼ ପାଖରେ ପଡୋଶୀ ଜଗନ୍ନାଥ ମହାଳିକଙ୍କ ପରିବାର ଗାତ ଖୋଳୁଥିଲେ। ଏହାକୁ ଭୈରବ ବିରୋଧ କରିଥିଲେ। ଉକ୍ତ ଜମି ଭୈରବଙ୍କ ହୋଇଥିବା ବେଳେ ସେଠାରେ କାହିଁକି ଗାତ ଖୋଳୁଛ ବୋଲି ପ୍ରଶ୍ନ କରିବାରୁ ଜଗନ୍ନାଥ ଓ ଭୈରବଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଏତେମାତ୍ରାରେ ବଢି ଯାଇଥିଲା ଯେ ଶେଷରେ ଉଭୟ ପରିବାର ମଧ୍ୟରେ ଠେଙ୍ଗାବାଡ଼ିରେ ଆକ୍ରମଣ ହୋଇଥିଲା। ଉଭୟ ପରିବାରର 8ଜଣ ଏହି ଗଣ୍ଡଗୋଳରେ ଗୁରୁତର ହୋଇଥିବା ବେଳେ ସୋର ଥାନାରେ 2ଟି ଅଭିଯୋଗ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.