ETV Bharat / state

ଜଘନ୍ୟ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

author img

By

Published : Jun 26, 2020, 9:49 AM IST

କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ଝଗଡା ହେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ପାଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଗିରଫ କରିଥିବା ଜଣାପଡିଛି ।

ଜଘନ୍ୟ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ
ଜଘନ୍ୟ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

କେନ୍ଦୁଝର: ନୃଶଂସ ସ୍ବାମୀର ନାରକୀୟ କାଣ୍ଡ । କୌଣସି କାରଣରୁ ଝଗଡା ହେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଣ୍ଡପଡା ଥାନା ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମରେ ।

ସୂଚନାନୁଯାୟୀ, ମୃତ ସ୍ତ୍ରୀ ପୁଚୁକୁନି ଗାଈ ଚରାଇବାକୁ ଯାଇ ଘରକୁ ଡେରିରେ ଫେରିଥିଲେ । ଏହାପରେ ସ୍ବାମୀ ଘସିନାଥ ମୁଣ୍ଡାଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ସ୍ବାମୀ ଅତ୍ୟନ୍ତ ରାଗି ଯାଇ ସ୍ତ୍ରୀ ପୁଚୁକୁନିକୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି । ପାଣ୍ଡପଡା ପୋଲିସ ଖବର ପାଇ ପୁଚୁକୁନିର ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହାସହ ହତ୍ୟାକାରୀ ସ୍ବାମୀ ଘସିନାଥକୁ ପାଣ୍ଡପଡା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.