କେନ୍ଦୁଝର: ଗାଁ ନିକଟ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ କୁମିତା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ମୃତ ଯୁବକ ଜଣକ କେନ୍ଦୁଝର ସହରର ପୁରୁଣା ବଜାରର ସୁଦର୍ଶନ ନାଏକ ବୋଲି ଜଣାପଡ଼ିଛି ।
ମୃତ ସୁଦର୍ଶନ ଆଠ ଦିନ ପୂର୍ବରୁ କୁସୁମିତାରେ ଥିବା ସମ୍ପର୍କୀୟଙ୍କ ଘରକୁ ତାଙ୍କ ଭାଇ ଭାଉଜଙ୍କ ସହ ଆସିଥିଲେ । ଆଠ ଦିନ ପୂର୍ବରୁ ସମ୍ପର୍କୀୟଙ୍କ ଘରେ ଦିନରେ ପହଞ୍ଚିଥିବାବେଳେ ସନ୍ଧ୍ୟାରେ କୁଆଡେ ନିଖୋଜ ହୋଇଯାଇଥିଲେ ।
ଆଜି ସେହି ଗ୍ରାମର କିଛି ଯୁବକ ଛେଳି ଚରେଇବାକୁ ଗାଁ ଜଙ୍ଗଲ ଭିତରକୁ ଯାଇଥିବାବେଳେ ମୃତ ସୁଦର୍ଶନଙ୍କ ଗଳିତ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ସଦର ଥାନା ଖବର ପାଇ ଗଳିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ଏହାସହା ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ