ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଟିଲୋ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ ହୋଇଛି । ତେବେ ୪ ରୁ ୫ଦିନ ତଳୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନାନୁସାରେ ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ସଂଗ୍ରହ କରିବାପାଇଁ ଯିବା ସମୟରେ ଜଙ୍ଗଲ ମଧ୍ୟରେ ଦୁର୍ଗନ୍ଧ ହେଉଥିବାରୁ ଲୋକଙ୍କ ନଜରକୁ ଆସିଥିଲା ।
ତେବେ ମୃତଦେହଟି ପଚିଯାଇ ମୁହଁ ବିକୃତ ହୋଇଯାଇଥିବାରୁ ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ । ଖବରପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସାଇନଟିଫିକ୍ ଟିମ୍ ସହ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି । ଏହା ଯୋଜନାବଦ୍ଧ ହତ୍ୟାକାଣ୍ତ ନା ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ