ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ବାଉଁଶଗଡ ଗାଁରେ ଅଭାବନୀୟ ଘଟଣା । ପାହାଡ ଉପରେ ଚଢି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା । ବାଉଁଶଗଡ ଗାଁର ଅଲିଭାଦୀପାଳି ନାୟକ ନାମକ ଏହି ଛାତ୍ରୀ ଜଣକ ଆନନ୍ଦପୁର କଲେଜରେ +୩ ଶେଷ ବର୍ଷରେ ପଢୁଥିଲେ।
ରବିବାର ଅଲିଭା ଖାଇ ସାରିବା ପରେ ଘରୁ ନିଖୋଜ ହୋଇଯାଇଥିଲେ । ପରେ ଆଉ ଘରକୁ ଫେରିନଥିଲେ । ପରିବାରଲୋକେ ଅନେକ ଖୋଜାଖୋଜି କରିବା ପରେ ଗ୍ରାମ ନିକଟ ଏକ ପାହାଡ଼ ଉପରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା ।
ସେପଟେ ପୋଲିସ ଏହି ଘଟଣାର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଲିଭାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ନଥିବାରୁ ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ