ETV Bharat / state

ମୃତଦେହ ଖୋଜିବାକୁ ଯାଇ ମିଳିଲା ଗଦାଗଦା ଔଷଧ - ଶବ ଖୋଜିବାକୁ ଯାଇ ମିଳିଲା ମେଡିସିନ

ମୃତଦେହ ଖୋଜିବାକୁ ଯାଇ ପୋଲିସ ହାତରେ ଲାଗିଛି ପୋତା ମେଡିସିନର ଗନ୍ତାଘର। ଯାହା ସରକାରଙ୍କ ପାରିବାପଣିଆ ଓ 5'ଟି'ର ସଫଳ କାର୍ଯ୍ୟକାରିତାକୁ ବାହାରେ ପକାଇଦେଇଛି। ଅଧିକ ଖବର ପଢନ୍ତୁ...

ଶବ ଖୋଜିବାକୁ ଯାଇ ମିଳିଲା ଖତ ଖାଉଥିବା ସରକାରୀ ଔଷଧ
author img

By

Published : Nov 18, 2019, 12:35 PM IST

Updated : Nov 18, 2019, 2:56 PM IST

ଆନନ୍ଦପୁର: ଡାକ୍ତରଖାନାରେ ହନ୍ତସନ୍ତ ରୋଗୀ। ରୋଗ ନିରାକରଣ ପାଇଁ ମିଳୁନି ସରକାରୀ ଔଷଧ। ଏପଟେ ମାଟିରେ ଖତ ଖାଉଛି ଗଦାଗଦା ମେଡିସିନ। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏ ଘଟଣା ପୁରା ସମାନ।

ମୃତଦେହ ଖୋଜିବାକୁ ଯାଇ ପୋଲିସ ହାତରେ ଲାଗିଛି ପୋତା ମେଡିସିନର ଗନ୍ତାଘର। ଯାହା ସରକାରଙ୍କ ପାରିବାପଣିଆ ଓ 5'ଟି'ର ସଫଳ କାର୍ଯ୍ୟକାରୀତାକୁ ବାହାରେ ପକାଇଦେଇଛି। ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ଶବ ଖୋଜିବାକୁ ଯାଇ ମିଳିଲା ଖତ ଖାଉଥିବା ସରକାରୀ ଔଷଧ

ସୂଚନା ଅନୁସାରେ, ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡିମିରିଆ ରାସ୍ତା ନିକଟର। ସକାଳୁ ସକାଳୁ ସଡଙ୍ଗ କଲେଜ ପାଖ ପଡିଆରେ ଏକ ମୃତଦେହ ପୋତାଯାଇଥିବା ଗୁଜବ ପ୍ରଚାରିତ ହୋଇଯାଇଥିଲା। ଖବର ପାଇ ନନ୍ଦିପଦା ପୁଲିସ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାସହ ଏକ ଜେସିବି ମେସିନ ଡାକି ମାଟି ଖୋଳିବା ଆରମ୍ଭ ହୋଇଥିଲା। କିନ୍ତୁ ଉକ୍ତ ସ୍ଥାନରୁ ମୃତଦେହ ମିଳିବା ବଦଳରେ ମାଟିତଳୁ ପୁଳା ପୁଳା ଏକ୍ସପାରୀ ଔଷଧ ବାହାରିଥିଲା। ତେବେ କିଏ ଓ କାହିଁକି ଏହି ଔଷଧ ଏଠାରେ ପୋତିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୋଲିସ କିଛି ମେଡ଼ିସିନର ନମୁନା ସଂଗ୍ରହ କରି ଅବଶିଷ୍ଟ ପୋତିଦେଇଥିଲା। ସରକାର ବିଭିନ୍ନ ଯୋଜନାରେ ରୋଗୀ ମାନଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇଦେଉଥିଲା ବେଳେ ତାହା ରୋଗୀଙ୍କୁ ଦିଆନଯାଇ କିପରି ପୋତା ଯାଉଛି ସେଥିପାଇଁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର- ଶବ ଖୋଜିବାକୁ ଯାଇ ପୁଲିସ ଉଦ୍ଧାର କରିଛି ପୁଳା ପୁଳା ଔଷଧ। ଘଟଣା ଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡିମିରିଆ ରାସ୍ତା ନିକଟରେ। ସକାଳୁ ସକାଳୁ ସଡଙ୍ଗ କଲେଜ ପାଖ ପଡିଆ ରେ ଶବ ପୋତାଯାଇଥିବା ଗୁଜବ ପ୍ରଚାରିତ ହୋଇଯାଇଥିଲା। ଖବର ପାଇ ନନ୍ଦିପଦା ପୁଲିସ ମାଜିଷ୍ଟ୍ରେଟ ସହ ପହଂଚି ଏକ ଜେସିବି ମେସିନ ଡାକି ମାଟି ଖୋଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ମାଟିତଳୁ ପୁଳା ପୁଳା ଏକ୍ସପାରୀ ଔଷଧ ବାହାରିଥିଲା। କିଏ ଓ କାହିଁକି ଏହି ଔଷଧ ଏଠାରେ ପୋତିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୋଲିସ କିଛି ମେଡ଼ିସିନର ନମୁନା ସଂଗ୍ରହ କରି ଅବଶିଷ୍ଟ ପୋତିଦେଇଥିଲା। ସରକାର ବିଭିନ୍ନ ଯୋଜନାରେ ରୋଗୀ ମାନଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇଦେଉଥିଲା ବେଳେ ତାହା ରୋଗୀଙ୍କୁ ଦିଆ ନଯାଇ କିପରି ପୋତା ଯାଉଛି ସେଥିପାଇଁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।Body:XConclusion:X
Last Updated : Nov 18, 2019, 2:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.