ETV Bharat / state

କେନ୍ଦୁଝରରେ ଜଙ୍ଗଲ ନିଆଁ ଅନ୍ୟ ବର୍ଷ ତୁଳନାରେ ସର୍ବାଧିକ

ଚଳିତ ବର୍ଷ କେନ୍ଦୁଝରରେ ବନାଗ୍ନି ଅନ୍ୟ ବର୍ଷମାନଙ୍କ ତୁଳାନାରେ ସର୍ବାଧିକ । ସୂଚନା ଦେଲେ ଜିଲ୍ଲା ବନଖଣ୍ଡ ଅଧିକାରୀ । ଅଧିକ ପଢନ୍ତୁ...

କେନ୍ଦୁଝରରେ ଜଙ୍ଗଲ ନିଆଁ ଅନ୍ୟ ବର୍ଷ ତୁଳନାରେ ସର୍ବାଧିକ
କେନ୍ଦୁଝରରେ ଜଙ୍ଗଲ ନିଆଁ ଅନ୍ୟ ବର୍ଷ ତୁଳନାରେ ସର୍ବାଧିକ
author img

By

Published : Mar 18, 2021, 10:49 PM IST

କେନ୍ଦୁଝର: ଜିଲ୍ଲାରେ ଜଙ୍ଗଲ ଜଳୁଛି । ଯାହା ଅନ୍ୟ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସର୍ବାଧିକ ବୋଲି ଦେଖାଯାଇଛି । କେନ୍ଦୁଝରରେ ପ୍ରତିବର୍ଷ ଫାୟାର ପଏଣ୍ଟର ସଂଖ୍ୟା ବଢି ଚାଲୁଥିବାବେଳେ ଗତବର୍ଷ 1500 ଥିଲା ଯାହାକି ଚଳିତ ବର୍ଷ 2000 ରୁ ଅଧିକା ଛୁଇଁଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଲୋକମାନଙ୍କ ଦ୍ବାରା ଜଙ୍ଗଲରେ ଅଗ୍ନି ସଂଯୋଗ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।

କେନ୍ଦୁଝରରେ ଜଙ୍ଗଲ ନିଆଁ ଅନ୍ୟ ବର୍ଷ ତୁଳନାରେ ସର୍ବାଧିକ

ଚଳିତ ବର୍ଷ ଘଟଗାଁ ବନାଞ୍ଚଳରେ ବିପୁଳ କାଠ ଅଙ୍ଗାର ଜବତ ହୋଇଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଜନସାଧାରଣ ଜଙ୍ଗଲରେ ନିଆଁ ଲଗାଉଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାରେ ପ୍ରତିବର୍ଷ ଏହି ସମୟରେ ବର୍ଷା ହୋଇଥାଏ । ଯାହା ନିଆଁ ଲିଭାଇବାରେ ସହାୟକ ହୋଇଥାଏ । ହେଲେ ଚଳିତ ବର୍ଷ ବର୍ଷାର ଅଭାବ ବନାଗ୍ନିକୁ ଦ୍ବିଗୁଣିତ କରିଥିବା ସେ କହିଛନ୍ତି । ତେବେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜିତ କରାଯାଇ ବନାଗ୍ନି ନିୟନ୍ତ୍ରଣ କରାଯାଇଥିବା ବନଖଣ୍ଡ ଅଧିକାରୀ ଜଣାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.