ETV Bharat / state

ଦୁଇ ମାଫିଆ ଗିରଫ, 40 ହଜାର ଟଙ୍କାର ଶାଳ କାଠ ଜବତ

କେନ୍ଦୁଝର ଜିଲ୍ଲାର ଦେଉଗାଁ ରେଞ୍ଜର ଭଗାମୁଣ୍ଡା ବନାଞ୍ଚଳ ଅଧିନସ୍ଥ ହାତୀକୁଚା ଗ୍ରାମରେ ବନବିଭାଗ ଚଢାଉ କରି ୪୦ ହଜାର ଟଙ୍କାର ଶାଳ କାଠ ଜବତ କରିବା ସହ ୨ ଜଣ କାଠ ମାଫିଆଙ୍କୁ ଗିରଫ କରିଛି।

author img

By

Published : Sep 14, 2019, 12:53 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଦେଉଗାଁ ରେଞ୍ଜର ଭଗାମୁଣ୍ଡା ବନାଞ୍ଚଳ ଅଧିନସ୍ଥ ହାତୀକୁଚା ଗ୍ରାମରେ ବନବିଭାଗ ଚଢାଉ କରି ୪୦ ହଜାର ଟଙ୍କାର ଶାଳ କାଠ ଜବତ କରିବା ସହ ୨ଜଣ କାଠ ମାଫିଆଙ୍କୁ ଗିରଫ କରିଛି। ଗିରଫ ହୋଇଥିବା କାଠ ମାଫିଆ ହେଉଛନ୍ତି କରଡାପାଳ ଗ୍ରାମର ରାଜେନ୍ଦ୍ର ମହାକୁଡ ଏବଂ କଲାଇ ମୁଣ୍ଡା। ଉଭୟଙ୍କ ନାମରେ ଏନେଇ ମାମଲା ରୁଜୁ ହେବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତ ଶୁକ୍ରବାର ୬ ଜଣ କାଠ ମାଫିଆ ଶାଳ ଗଛ କାଟି ଚୋରା ଚାଲାଣ କରିବାକୁ ଉଦ୍ୟମ କରୁଥିବାର ଖବର କୌଣସି ବିଶେଷ ସୁତ୍ରରୁ ବନ ବିଭାଗକୁ ମିଳିଥିଲା। ଏହାପରେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ହରିଚନ୍ଦନପୁର, ଭଗାମୁଣ୍ଡା ଓ ଦେଓଗାଁ ଠାରେ ବନବିଭାଗ କର୍ମଚାରୀ ମିଳିତ ଚଢାଉ କରିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଏ ସମୟରେ ଘଟଣାସ୍ଥଳରୁ ୪ଜଣ କାଠ ମାଫିଆ ଦୌଡି ପଳାଇଥିବା ବେଳେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା। ଏହା ସହ ୪୦ ହଜାର ଟଙ୍କାର ଶାଳ କାଠ ମଧ୍ୟ ଜବତ ହୋଇଥିଲା। ଗିରଫ ହୋଇଥିବା କାଠ ମାଫିଆଙ୍କ ନାଁରେ ମାମଲା ରୁଜୁ ହେବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢାଉ ସମୟରେ ଜବତ ହୋଇଥିବା କାଠକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.