ETV Bharat / state

କେନ୍ଦୁଝରରେ ପହଞ୍ଚିଲା ‘ଉଇ ଦ ରୋଡ଼ କୁଇନ’ର ବାଇକ ରାଲି - କେନ୍ଦୁଝର

ମହିଳାଙ୍କୁ ସଚେତନ ପାଇଁ ଆଗକୁ ଆସିଛନ୍ତି ମହିଳା । ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ବଢିବଢି ଚାଲିଛି । ସମାଜରେ ସଚେତନ କରାଇବା ପାଇଁ ‘ଉଇ ଦ ରୋଡ଼ କୁଇନ’ ଗ୍ରୁପ ବାଇକ ରାଲି ଆୟୋଜନ କରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Mar 17, 2019, 9:54 PM IST

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ବଢିବଢି ଚାଲିଛି । କେତେବେଳେ ଯୌନ ନିର୍ଯାତନା ତ ପୁଣି କେତେବେଳେ ପାରିବାରିକ ନିର୍ଯାତନା । ଆଉ ପୁଣି କେତେବେଳେ ଏକତରଫା ପ୍ରେମକୁ ନେଇ ଏସିଡ୍ ଆକ୍ରମଣର ଶିକାର ହେଉଛନ୍ତି ମହିଳା । ମହିଳାଙ୍କ ଉପରରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ବରର ଏକ ବାଇକର୍ସ ଗ୍ରୃପ୍ ।

‘ଉଇ ଦ ରୋଡ଼ କୁଇନ’ ନାମକ ଏକ ଗ୍ରୁପର 3 ମହିଳା ବାଇକ ରାଲି କରି ସଚେତନତା ସୃଷ୍ଟି କରୁଛନ୍ତି । ତେବେ ଏହି ବାଇକର୍ସ ଗ୍ରୁପ୍‌ ରବିବାର ଭୁବନେଶ୍ୱରରୁ ବାଇକ ରାଲିରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି । କେନ୍ଦୁଝର ଥାନା ପରିସରରେ ଏହି ମହିଳାଙ୍କୁ ସ୍ବାଗତ କରାଯାଇଥିଲା । ପରେ ଏହି ଗ୍ରୁପ୍ ଦୋକାନ ଗୁଡିକରେ ଏସିଡ୍‌ ବିକ୍ରି ବନ୍ଦ ସହ ସାବାଳକଙ୍କୁ ପରିଚୟ ପ୍ରଦାନ ସଚେତନତା ବାର୍ତ୍ତା ନେଇ ସହର ମଧ୍ୟରେ ଶୋଭାଯାତ୍ରା କରିଥିଲେ । ଏହାପରେ ସାନଘାଗରା ଠାରେ ଏକ ସଚେତନ ସଭାର ଆୟୋଜନ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ନିର୍ବାଚନ ଘୋଷଣା ର ସପ୍ତାହକ ମଧ୍ୟରେ ବୌଦ୍ଧ ପୋଲିସ ଓ ଅବକାରୀ ବିଭାଗ ଆକ୍ସନ ମୁଡକୁ ଆସିଲା ଭଳି ମନେହେଉଛି । କାରଣ ରାଜନୈତିକ ପୃଷ୍ଠପୋଷକତା ରେ ଜିଲ୍ଲା ମଧ୍ୟରେ କାୟା ବିସ୍ତାର କରିଥିବା ଗଞ୍ଜେଇ ବ୍ୟବସାୟୀ ତଥା ଚୋରା ଚାଲାଣକାରୀଙ୍କୁ ଦବଙ୍ଗଗିରୀରେ ମାଡି ବସୁଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ।

Body:ଗତ ସପ୍ତାହକ ମଧ୍ୟରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ କେଜି ଚୋରା ଗଞ୍ଜେଇ ଓ ଆଇଡି ଲିକର ଜବତ କରିବା ସହ କେତେକ ଙ୍କୁ ଗିରଫ ମଧ୍ୟ କରିଛି ।ଗତ ୧୪ ତାରିଖରେ ବୌଦ୍ଧ ପୋଲିସ ବଘିଆପଡା ଅଞ୍ଚଳରୁ ୨ କ୍ବିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫ ତାରିଖରେ ମାତାକୁପା ଘାଟି ନିକଟରୁ ୮୦ କେଜି ଗଞ୍ଜେଇ ସହ ଗୋଟିଏ ବାଇକକୁ ଅବକାରୀ ବିଭାଗ ଜବତ କରିଛି । ସେହିପରି ପ୍ରତ୍ୟହ ଅବକାରୀ ବିଭାଗର ଚଢ଼ାଉ ରେ ଆଇଡି ଲିକର ଜବତ ହେବା ଘଟଣା ରାଜନୈତିକ ପୃଷ୍ଠପୋଷକ ବ୍ୟକ୍ତି ମାନେ ଏବେ ଠାରୁ ଗଳା ବାଟ ଖୋଜିବାରେ ଲାଗିପଡିଲେଣି ।

Conclusion:ପୋଲିସ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଓ ଅବକାରୀ ଅଧିକ୍ଷକ ଡ଼ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ରେ ବୌଦ୍ଧ ଥାନା ଅଧିକାରୀ ତପସ୍ବୀନୀ କହଁର, ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସଫଳ ହେତୁ ଆହୁରି ଅଧିକ ଏଦିଗରେ ସଫଳତା ପାଇବେ ବୋଲି ଚର୍ଚ୍ଚା ହେଉଛି ।ଏହାକୁ ନେଇ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.