କେନ୍ଦୁଝର: ବାମେବାରୀ ଥାନା ଅନ୍ତର୍ଗତ ବଲଦା ଗାଁରେ ଅଘଟଣ । ସର୍ଟସର୍କିଟରୁ ଜଳିଗଲା ଘର । ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର । ସେମାନଙ୍କ ପରିଚୟ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଲକ୍ଷ୍ମୀ ଦେହୁରୀ ବୋଲି ଜଣାପଡିଛି। ଦୁଇ ଶିଶୁପୁତ୍ର ରାଠୀ ଦେହୁରୀ ଓ ତଋଣ ଦେହୁରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେମାନଙ୍କୁ ଯୋଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ