କେନ୍ଦୁଝର: କେନ୍ଦୁଝରରେ ସ୍ତ୍ରୀର ଚରିତ୍ର ସହ ପିତୃତ୍ବକୁ ସନ୍ଦେହ କରି 11 ମାସର ଶିଶୁ ପୁତ୍ରକୁ ହତ୍ୟା ସହ ସ୍ତ୍ରୀ କୁ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ନେଇ ଦଣ୍ଡାଦେଶ ହୋଇଛି । ଏହି କେଶର ବିଚାର କରି ସ୍ୱାମୀ ଗୋପବନ୍ଧୁ ବେହେରାକୁ 7 ବର୍ଷ ଜେଲ ସହ 25 ହଜାର ଜୋରିମାନା ଅନାଦେୟ6 ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍ ଚିତ୍ତ ରଞ୍ଜନ ମହାପାତ୍ର।
ସୂଚନାଅନୁଯାୟୀ ପାଟଣା ଥାନା ଅସ୍ତଯୋଡି ଗାଁର ଗୋପବନ୍ଧୁ ବେହେରା ଗୁଜରାଟକୁ କାମ କରିବାକୁ ଯିବା ସମୟରେ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କୁ ହରିଚନ୍ଦନପୁରସ୍ଥିତ ତାଙ୍କ ନିଜ ଭିଣୋଇଙ୍କ ଘରେ ଛାଡିଦେଇ ଯାଇଥିଲେ। ଆଉ ବର୍ଷେ ପରେ ଫେରିବା ବେଳକୁ ତାଙ୍କ ସ୍ତ୍ରୀ ସସ୍ମିତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇ ସାରିଥିଲା। ଏହାକୁ ନେଇ ଗୋପବନ୍ଧୁ ତାଙ୍କ ସ୍ତ୍ରୀଙ୍କର ଚଚିତ୍ର ଓ ପିତୃତ୍ବ କୁ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ ସବୁ ବେଳେ ଝଗଡା ହେଉଥିଲା । ଶେଷରେ ୨୭/୭/୨୦୧୭ ରେ ଏହା ଉଗ୍ରରୂପ ନେଇଥିଲା ଓ ୧୧ ମାସର ଶିଶୁ ପୁତ୍ର କ୍ଷତିପ୍ରକାଶ ବେହେରାକୁ ଗୋପବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ଦେଖି ସ୍ତ୍ରୀ ସମ୍ମିତା ଆତ୍ମହତ୍ୟା କରିଦେଇଥିଲେ । ଶେଷରେ ଏହି କେଶର ବିଚାର ସମୟ ପୁତ୍ର କୁ ହତ୍ୟାରେ ପ୍ରମାଣ ଅଭାବରୁ ଖଲାସ ସହ ସ୍ତ୍ରୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଅଭିଯୋଗରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।