ETV Bharat / state

ମୃତ୍ୟୁ ପରେ ବି ଦୁନିଆ ଦେଖିବେ ସାଫଲ୍ୟ, ଚକ୍ଷୁ ଦାନ କଲେ ପରିବାର

ଭେଣ୍ତିଆ ପୁଅକୁ ହରାଇବାର ଦୁଃଖ ସିନା ସହି ହେଉନି । ହେଲେ ପୁଅର ଆଖିରେ ଆଉ କିଏ ଜଣେ ଦୁନିଆ ଦେଖିବ । ଏଥିରେ ଟିକେ ଖୁସି ମିଳିବ ବୋଲି ଏଭଳି କୋହଭରା କଣ୍ଠରେ କହିଛନ୍ତି ସାଫଲ୍ଯଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପରିବାର ଲୋକେ

author img

By

Published : Apr 9, 2022, 12:03 PM IST

Updated : Apr 9, 2022, 12:16 PM IST

ଆନନ୍ଦପୁର: ଭେଣ୍ତିଆ ପୁଅକୁ ହରାଇବାର ଦୁଃଖ ସିନା ସହି ହେଉନି । ହେଲେ ପୁଅର ଆଖିରେ ଆଉ କିଏ ଜଣେ ଦୁନିଆ ଦେଖିବ । ଏଥିରେ ଟିକେ ଖୁସି ମିଳିବ ବୋଲି ଏଭଳି କୋହଭରା କଣ୍ଠରେ କହିଛନ୍ତି ସାଫଲ୍ଯଙ୍କ ପରିବାର ଲୋକେ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କରଡାମାଳି ଗାଁର ଶିକ୍ଷକ ସମୀର ନାୟକ । ସମୀରଙ୍କ ଏକ ମାତ୍ର ପୁଅ ହେଉଛନ୍ତି ସାଫଲ୍ୟ ନାୟକ । ସେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ।

ମୃତ୍ୟୁ ପରେ ବି ଦୁନିଆ ଦେଖିବେ ସାଫଲ୍ୟ, ଚକ୍ଷୁ ଦାନ କଲେ ପରିବାର

ଶୁକ୍ରବାର ସକାଳୁ ୨୩ ବର୍ଷିୟ ସାଫଲ୍ୟ ନାୟକ ଏକ ସ୍କୁଟିରେ ଯାଉଥିବା ସମୟରେ ଭୁବନେଶ୍ବର ଅନ୍ଧାରୁଆ ନିକଟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ପରେ ସେ ଗୁରୁତର ହୋଇପଡିଥିଲେ । ପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବ ଇଞ୍ଜିନିୟର ହେଉଛନ୍ତି ସମୀର ନାୟକଙ୍କ ଏକ ମାତ୍ର ପୁଅ ବୋଲି ଜଣାପଡିଛି। ବାପା ମାଆ ଦୁଇଜଣଙ୍କ ପରାମର୍ଶ କ୍ରମେ ସାଫଲ୍ୟଙ୍କର ଦୁଇ ଚକ୍ଷୁ ଦାନ କରିଥିବା ଜଣାପଡିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Apr 9, 2022, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.