କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପାଟଣା ଥାନା ଗାଲଫୁଲା ଗ୍ରାମ ମୁଣ୍ଡା ସାହିରେ । ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖିଛି ।
ସୂଚନା ଅନୁଯାୟୀ ରୋଷେଇକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ସ୍ବାମୀ ବିର ମୁଣ୍ଡା ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ବେଲ ମୁଣ୍ଡାକୁ ବାଡେଇବା ଆରମ୍ଭ କରିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡି ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ