ETV Bharat / state

ଆଦିବାସୀ ମହିଳାଙ୍କୁ ମିଳୁନି ନ୍ୟାୟ, ସହଯୋଗର ହାତ ବଢାଇଲେ ପୂର୍ବତନ ବିଧାୟକ - Ex MLA helps Widow woman in keonjhar

ଆଦିବାସୀଙ୍କ ସୁରକ୍ଷାର ରକ୍ଷା କରିବା କହୁଛନ୍ତି ସରକାର। କିନ୍ତୁ ଜଣେ ଆଦିବାସୀ ମହିଳା ନିଜ ହକ ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ନ୍ୟାୟ ପାଉନଥିବା ହୋଇଛି ଅଭିଯୋଗ ।

ଆଦିବାସୀ ମହିଳାଙ୍କୁ ମିଳୁନି ନ୍ୟାୟ
ଆଦିବାସୀ ମହିଳାଙ୍କୁ ମିଳୁନି ନ୍ୟାୟ
author img

By ETV Bharat Odisha Team

Published : Oct 4, 2023, 6:27 AM IST

ଆଦିବାସୀ ମହିଳାଙ୍କୁ ମିଳୁନି ନ୍ୟାୟ

କେନ୍ଦୁଝର: ମାଆକୁ ସମ୍ମାନ କଥା କହି ରାଜ୍ୟ ସରକାର ଡ଼ିଣ୍ଡିମ ପିଟୁଛନ୍ତି । ସବୁବେଳେ ମହିଳାଙ୍କ ପାଇଁ ମହିଳାଙ୍କୁ ସୁରକ୍ଷା ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଆଦିବାସୀଙ୍କ ସୁରକ୍ଷାର ରକ୍ଷା କରିବା କହୁଛନ୍ତି ସରକାର। କିନ୍ତୁ ଜଣେ ଆଦିବାସୀ ମହିଳା ନିଜ ହକ ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ନ୍ୟାୟ ପାଉନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ କାଶିପୁର ଗ୍ରାମର ଜଣେ ବିଧବା ମହିଳା।

ଏହି ଗ୍ରାମର କମଳିନୀ ନାଏକ ନାମକ ଜଣେ ମହିଳା ନିଜ ବାପ ଘରେ ଦୁଇ ନାବାଳିକା ଝିଅ ସହ ରହି ଆସୁଛନ୍ତି । ସ୍ଵାମୀ କୋରୋନା ମହାମାରୀରେ ଆରପାରିକୁ ଚାଲି ଯାଇଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଆଶୀର୍ବାଦ ଯୋଜନାରେ ସହାୟତା ପାଇଁ କମଳିନୀ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ । ଉକ୍ତ ବିଭାଗ ପକ୍ଷରୁ ସରଜମିନ ତଦନ୍ତ କରିବା ପରେ ବି କମଳିନୀଙ୍କୁ ସହାୟତା ଦିଆଯାଇନଥିଲା । ଏନେଇ ମହିଳା ଜଣକ କେନ୍ଦୁଝର ଜିଲ୍ଲାପାଳଙ୍କ ସାମୁହିକ ଅଭିଯୋଗର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ଏହାପରେ ଡିସିପିଓ ଅଧିକାରୀ ତାଙ୍କ ସହଯୋଗୀଙ୍କ ସହ ଯାଇ ମହିଳାଙ୍କୁ ଧମକ ଦେବା ସହ ଜାତିଆଣ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ସୌଦାମିନୀଙ୍କୁ କେବେ ମିଳିବ ନ୍ୟାୟ? ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ତେବେ ଏନେଇ କମଳିନୀ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ଟାଉନ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଡିସିପିଓ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କମଳିନୀ । ଟାଉନ ଥାନାରୁ ନ୍ୟାୟ ନପାଇବା ପରେ ଆଜି ପୁଣିଥରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କକ୍ଷରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି କମଳିନୀ । ତେବେ ଏଥିରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାଏକ। ସୁବର୍ଣ୍ଣ କମଳିନୀଙ୍କ ସହ ଯାଇ ଅଭିଯୁକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଦାବି କରିଛନ୍ତି। ଏହା ସହ ଆଦିବାସୀ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ସେପଟେ କମଳିନୀ ଯଥାଶୀଘ୍ର ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତବନୀ ଦେଇଛନ୍ତି । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳପାରିନାହିଁ ।

କମଳିନୀ କହିଛନ୍ତି,"ଆଶୀର୍ବାଦ ଯୋଜନାରେ ଆବେଦନ କରିଥିଲେ ମଧ୍ୟ ମୋ ପୂର୍ବରୁ ଆବେଦନ କରିଥିବା ହିତାଧିକାରୀମାନେ ଏହି ଯୋଜନାର ଲାଭ ପାଇ ସାରିଲେଣି । କିନ୍ତୁ ମୋତେ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ । ଆଦିବାସୀ ହରିଜନ ବୋଲି ମତେ ଗାଳି ଗୁଲଜ କରୁଛନ୍ତି । ଯଦି କୌଣସି ସହାୟତା ନମିଳିବ ତେବେ ମାଆ ପିଲା 3 ଜଣ ଆସି ଜିଲ୍ଲାପାଳ ଅଫିସରେ ସମ୍ମୁଖରେ ଆତ୍ମଦାହ କରିବୁ।"

ଇଟିଭି ଭାରତ, କେନ୍ଦୁଝର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.