ETV Bharat / state

ହାତୀ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲେ ଘର - କେନ୍ଦୁଝର ଖବର

ଚମ୍ପୁଆ ବନାଞ୍ଚଳ ଉଖୁଣ୍ଡା ସେକ୍ସନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଗାଁରେ ପଶି ଭାଙ୍ଗିଲେ ଘର । ଅଧିକ ପଢନ୍ତୁ...

elephants enter in the village people are scared in kendujhar
ହାତୀ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲେ ଘର
author img

By

Published : May 8, 2021, 11:30 AM IST

କେନ୍ଦୁଝର: ଚମ୍ପୁଆ ବନାଞ୍ଚଳ ଉଖୁଣ୍ଡା ସେକ୍ସନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଶୁକ୍ରବାର 17ଟି ହାତୀ ମୟୂରଭଞ୍ଜ ଜିଲ୍ଲାରୁ ଆସି ଚମ୍ପୁଆ ବନାଞ୍ଚଳରେ ରହି ଚାଷ ହୋଇ ଥିବା ଧାନ ଓ ପନିପରିବା ଖାଇ ନଷ୍ଟ କରି ଆସୁଥିଲେ। ହେଲେ ଶନିବାର ଚମ୍ପୁଆରୁ ହାତୀ ପଲ ଆସି ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଗାଁରେ ପଶିଥିଲେ ।

ଗାଁର ଲେବି ମୁଣ୍ଡା ଓ ରମାଇ ମୁଣ୍ଡାଙ୍କ ଘର ଭାଙ୍ଗି ଧନ ଚାଉଳ ଖାଇଯିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀଙ୍କୁ ନିକଟସ୍ଥ ଗିଧିବାସ ଜଙ୍ଗଲକୁ ଘଉଡ଼ାଇ ଦେଇଥିବା ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.