ETV Bharat / state

ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

author img

By

Published : Mar 9, 2020, 10:17 AM IST

କେନ୍ଦୁଝର ତେଲକୋଇ ରେଞ୍ଜ ଅଧିନସ୍ଥ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରଵ । ରବିବାର ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଏକର ଏକର ପରିବା ଫସଲ ନଷ୍ଟ କରିଛନ୍ତି ।

elephants destroy
ଦୁଲ୍ଲଭପୁର ଗାଁରେ ହାତୀ ଆତଙ୍କ

କେନ୍ଦୁଝର: ବଢିବାରେ ଲାଗିଛି ହାତୀ ଉପଦ୍ରବ । କେନ୍ଦୁଝର ତେଲକୋଇ ରେଞ୍ଜ ଅଧିନସ୍ଥ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରଵ । ରବିବାର ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଏକର ଏକର ପରିବା ଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ ।

ଦୁଲ୍ଲଭପୁର ଗାଁରେ ହାତୀ ଆତଙ୍କ

ଏକର ଏକର ବିଲରେ ହେଇଥିବା ଆଳୁ,କୋବି,କଦଳୀ ଓ ପିଆଜ ଫସଲକୁ ଖାଇବା ସହ ଦଳି ମକଚି ନଷ୍ଟ କରିଛନ୍ତି । କଷ୍ଟକରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ରାତିରେ ଗାଁ ଦାଣ୍ଡରେ ହାତୀପଲ ବୁଲୁଥିବା ଦେଖି ଲୋକେ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି ।

ସେପଟେ କିନ୍ତୁ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରଵ ଲାଗି ରହିଥିଲେ ବି ବନବିଭାଗ ନିରବଦ୍ରଷ୍ଟା ସାଜିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.