ETV Bharat / state

ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ; ଭାଙ୍ଗିଲେ ଘର, ଉଜାଡିଲେ ଫସଲ - କେନ୍ଦୁଝର ତେଲକୋଇ ରେଞ୍ଜ

ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ବନ ବିଭାଗର ଅବହେଳା କାରଣରୁ ସ୍ଥାନୀୟ ଲୋକେ ହାତୀଙ୍କ ଉପଦ୍ରବର ଶିକାର ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ
ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ
author img

By

Published : Aug 17, 2021, 12:28 PM IST

କେନ୍ଦୁଝର: ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ଘରେ ପଶି ଭାଙ୍ଗାରୁଜା କରିବା ସାଙ୍ଗକୁ ଧାନ, ଚାଉଳ ଖାଇ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ।

ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ

ଗତକାଲି(ସୋମବାର) ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ ଅଞ୍ଚଳ କୁଣ୍ଡେଇହତା ଗାଁ ପାତ୍ର ସାହିରେ ୧୦ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ । ବିରଞ୍ଚି ପାତ୍ରଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଓ ବିରି କୋଳଥ ଖାଇଯାଇଥିବା ଅଭିଯୋଗ ହୋଇଛି । ଘରେ ଥିବା ଦୁଇ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଘରୁ ଟେକିନେଇ ଯାଇଛନ୍ତି । ଏଥିସହ ବିରଞ୍ଚି ପାତ୍ରଙ୍କ ଦୁଇ ବଖରା ଘରକୁ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ପାଟି କରିଥିଲେ । ଗାଁ ଲୋକଙ୍କ ସହାୟତାରେ ହାତୀପଲଙ୍କୁ ଘଉଡାଇଥିଲେ ପରିବାର ଲୋକେ । ସେପଟେ ଗାଁର ଅଖିଳ ପ୍ରଧାନ, କୁନି ବିଶ୍ବାଳ, ତାରାମଣି ପ୍ରଧାନଙ୍କ ଏକର ଏକର ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ହାତୀପଲ । ବନବିଭାଗ ହାତୀଙ୍କ କବଳରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ସ୍ଥାନୀୟ ଲୋକେ ହାତୀ ଉପଦ୍ରବର ଶିକାର ହେବାସହ ଧନଜୀବନ ଓ ଫସଲ ନଷ୍ଟ ହେବା ଦ୍ବାରା ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡୁଛି । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ବୃଦ୍ଧି ପାଇବାରେ ଲାଗିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.