ETV Bharat / state

ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ - lots of crops destroyed by elephant

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧୀନସ୍ଥ ବାଶଂପାଳ ଗାଁରେ ହାତୀପଲଙ୍କ ଉପଦ୍ରବ ଦେଖା ଦେଇଛି । ଏକ ୫୦ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର ଧାନଫସଲ ଖାଇବା ସହ ଦଳି ମକଚି ନଷ୍ଟ କରିଛନ୍ତି ।

ହାତୀପଲଙ୍କ ଉପଦ୍ରବ
ହାତୀପଲଙ୍କ ଉପଦ୍ରବ
author img

By

Published : Aug 27, 2020, 4:57 PM IST

କେନ୍ଦୁଝର: ତେଲକୋଇ ରେଞ୍ଜ ଅଧୀନସ୍ଥ ବାଶଂପାଳ ଗାଁରେ ହାତୀପଲଙ୍କ ଉପଦ୍ରବ ଦେଖା ଦେଇଛି । ଏକ ୫୦ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର ଧାନଫସଲ ଖାଇବା ସହ ଦଳି ମକଚି ନଷ୍ଟ କରିଛନ୍ତି । ଦୁଇ ଦିନ ହେବ ହାତୀପଲ ବାଶଂପାଳ ଗାଁରେ ଉପଦ୍ରବ ଚଳାଇଛନ୍ତି । ଚାଷୀଙ୍କ ଧାନ ଫସଲକୁ ନଷ୍ଟ କରୁଛନ୍ତି । ଚାଷୀ ଧାରକରଜ ଓ ଋଣ କରି ଚାଷ କରିଥିବା ଫସଲ ଏବେ ହାତୀଙ୍କ ଯୋଗୁଁ ନଷ୍ଟ ହେବାକୁ ବସିଲାଣି ।

ହାତୀପଲଙ୍କ ଉପଦ୍ରବ

ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ତେଲକୋଇ ବନବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲର ସହାୟତା ଦେବାତ ଦୁରର କଥା ହାତପଲଙ୍କୁ ଘଉଡାଇବା ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ଏନେଇ ଚାଷୀଙ୍କ କ୍ଷତିପୂରଣ ଯୋଗାଇ ଦେଵାପାଇଁ ଦାବି ରଖିଛନ୍ତି । ବାଶଂପାଳ ଗାଁ ପାଖ ହନୁମନ୍ତିଆ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲରେ ୫ ଛୁଆହାତୀ ରହିଥିବା ଜଣାପଡିଛି । ସେଥିପାଇଁ ହାତୀପଲ ଅଞ୍ଚଳ ଛାଡି ଯାଉନଥିବା ଲୋକେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.