କେନ୍ଦୁଝର: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଗୋଳାଗାଡିଆ ଗାଁରେ ଗଜରାଜ ଉତ୍ପାତ କରୁଛନ୍ତି । ବୁଧବାର ବିଳମ୍ବିତ ରାତିରେ ୧୫ ଜଣିଆ ହାତୀ ପଲ ଗାଁ ଭିତରେ ପଶି ଆସିଥିଲେ । ଘର ଭାଙ୍ଗିବା ସହ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଭିମକାଣ୍ଡ ପଞ୍ଚାୟତ ସରପଞ୍ଚକଙ୍କ ବାଡିରେ ପଶି ପନିପରିବା ଫସଲ ଖାଇବା ସହ ଦଳି ଚକଚି ନଷ୍ଟ କରି ଦେଇଛି । ଫସଲ ଜଗିବା ମଞ୍ଚାକୁ ମଧ୍ୟ ଭାଙ୍ଗି ଦେଇଥିଲେ ହାତୀପଲ । ସେହିପରି ଗାଁର ବିଷ୍ଣୁ ମହାକୁଡ଼ଙ୍କ କାନ୍ଥ ଭାଙ୍ଗି ଘରେ ଥିବା ଧାନଚାଉଳକୁ ମଧ୍ୟ ଖାଇ ଦେଇଥିବା ଅଭିଯୋଗ ହୋଇଛି । ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଗାଁ ଭିତରକୁ ଦୌଡ଼ି ପଳେଇ ଥିଲେ । ସେପଟେ ଗାଁଲୋକେ ହାତୀକୁ ଘଉଡାଇଥିଲେ । ଗାଁରେ ବନ ବିଭାଗ କର୍ମଚାରୀ ପହଁଞ୍ଚି ପରିସ୍ଥିତି ଉପରେ ଜନର ରଖିଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ