ETV Bharat / state

ତେଲକୋଇ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରବ, ଅଳ୍ପକେ ବର୍ତ୍ତିଲେ ଚାଷୀ

author img

By

Published : Jan 6, 2020, 2:29 PM IST

କେନ୍ଦୁଝରରେ ଥମୁନି ହାତୀ ଉପଦ୍ରବ । ଅନେକ ସମୟରେ ଫସଲ ନଷ୍ଟ କରିବା ସହ ନେଉଛନ୍ତି ଅନେକ ଜୀବନ । ଅଧିକ ପଢନ୍ତୁ...

elephant
ତେଲକୋଇ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରବ

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ । ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚାକୁ ଭାଙ୍ଗି ଦେଇଛନ୍ତି । ହେଲେ ମଞ୍ଚାରେ ଶୋଇଥିବା ଚାଷୀ ମଦନ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେଲକୋଇ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରବ

ସେହିଭଳି ଉକ୍ତ ଗାଁର ସୁଶାନ୍ତ ପ୍ରଧାନ, କପିକେତନ ପ୍ରଧାନ ଓ ବିଭୂତି ପ୍ରଧାନଙ୍କର ପ୍ରାୟ ୩୦ ବସ୍ତା ଧାନ ମଧ୍ୟ ହାତୀ ଖଇବା ସହ ନଷ୍ଟ କରିଛନ୍ତି । ଏହା ସହିତ କଦଳୀ ଗଛ ଓ ନଡିଆ ଗଛକୁ ମଧ୍ୟ ନଷ୍ଟ କରିଛନ୍ତି । ସେପଟେ ବନବିହାରୀପୁର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା ।

ଗାଁରେ କୋବି ଫସଲ ନଷ୍ଟ କରିବା ସହ ଘର ଭିତରୁ ଧାନ ବସ୍ତା ଟାଣି ଖାଇଯାଇଛନ୍ତି । ଯାହାକୁ ନେଇ ଭୟଭୀତ ଅଛନ୍ତି ଲୋକେ । ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ତେଲକୋଇ ଖୁଣ୍ଟାପଡ଼ା ଗ୍ରାମରେ ହାତୀ ଉପଦ୍ରବBody:ଆଙ୍କର- ତେଲକୋଇ ବନାଞ୍ଚଳ ଅଧିନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରପ । ୫ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚା କୁ ଭାଙ୍ଗି ଦେଇଛନ୍ତି ।ମଞ୍ଚା ରେ ଶୋଇଥିବା ଚାଷୀ ମଦନ ସାହୂ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିଭଳି ଗାଁର ସୁଶାନ୍ତ ପ୍ରଧାନ, କପିକେତନ ପ୍ରଧାନ, ବିଭୂତି ପ୍ରଧାନ ଙ୍କର ପ୍ରାୟ ୩୦ ବସ୍ତା ଧାନ ମଧ୍ୟ ଖାଇଯାଇଛନ୍ତି ।ତା ସହିତ କଦଳୀ ଗଛ ଓ ନଢିଆ ଗଛ କୁ ମଧ୍ୟ ନଷ୍ଟ କରିଛନ୍ତି ।ସେପଟେ ବନବିହାରୀପୂର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା ।ସେଠାରେ କୋବି ଫସଲ ନଷ୍ଟ କରିବା ସହ ଘର ଭିତରୁ ଧାନ ବସ୍ତା ଟାଣି ଖାଇଯାଇଛନ୍ତି ।ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ବିଲରୁ ଧାନ ଅମଳ ସରିଯାଇଥିବାରୂ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଥିଲା ଜଣାପଡିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.