ETV Bharat / state

ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ - କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀମୃତ୍ୟୁ

ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ । କେନ୍ଦୁଝର ତେଲକୋଇ ରେଞ୍ଜରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଅଧିକ ପଢନ୍ତୁ

ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ

author img

By

Published : Nov 8, 2022, 9:24 AM IST

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀମୃତ୍ୟୁ ଘଟଣା ଥମିବାର ନା ନେଉନାହିଁ । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜରେ । ଉକ୍ତ ଅଞ୍ଚଳରେ ଏକ ମାଈହାତୀ ଓ ହାତୀ ଶାବକର ମୃତ୍ୟୁ ହୋଇଛି । ତୀର ମାଡରେ ମାଈହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି(Elephant, calf found dead in Keonjhar) । ମୃତଦେହ ବ୍ୟବଚ୍ଛେଦ ବେଳେ ହାତୀ ପେଟରୁ ଭଙ୍ଗା ତୀର ବାହାରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ

ସୂଚନା ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜ ତାଳପଦା ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏକ ମାଈହାତୀ ସହିତ ହାତୀ ଶାବକର ମୃତଦେହ ଠାବ ହୋଇଥିଲା । ମୃତ ଛୁଆ ଜନ୍ମ ଦେଇ ମାଆହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାବେଳେ, ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ମାଈ ହାତୀଟିକୁ ତୀର ମାଡ କରାଯାଇଥିଲା । ଯାହାଫଳରେ ହାତୀର ପାକସ୍ଥଳୀ ଦେଇ ଗର୍ଭାଶୟକୁ ତୀରଟି ଛୁଇଁଥିଲା । ମାଆହାତୀର ପେଟରେ ହାତୀ ଶାବକର ମୃତ୍ୟୁ ହୋଇଥିଲା । ଏହି କାରଣରୁ ମାଆହାତୀ ନିର୍ଦ୍ଧାରିତ ସମୟ ପୂର୍ବରୁ ମୃତହାତୀ ଶାବକକୁ ଜନ୍ମ ଦେଇ ଆଖି ବୁଜିଛି ।

ଏହାମଧ୍ୟ ପଢନ୍ତୁ: ହଜିଗଲା ମାନବିକତା, ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ହାତୀ ମୃତ୍ୟୁ ଖବର ପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଘଟଣାସ୍ଥଳରେ ପହଞ୍ଚି ଘଟଣା ଅନୁଧ୍ୟାନ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇଥିଲେ । ହାତୀକୁ ତୀରମାଡ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ଦୁଇ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଶିକାରୀଙ୍କୁ ଯଥାଶୀଘ୍ର ଧରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.