ETV Bharat / state

ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ କରିବ ଝୁମ୍ପୁରା ଦୁର୍ଗାପୂଜା

author img

By ETV Bharat Odisha Team

Published : Oct 10, 2023, 1:20 PM IST

କେନ୍ଦୁଝରର ସବୁଠାରୁ ପୁରୁଣା ପୂଜା ମଣ୍ଡପ ଝୁମ୍ପୁରାରେ ପଚାଶ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ମାଆ ଜଗତ ଜନନୀ ଦୁର୍ଗାଙ୍କର ପୂଜା । ଚଳିତ ବର୍ଷ ପାଳିତ ହେବ ସୁବର୍ଣ୍ଣ ଜୟନ୍ତୀ । ଅଧିକ ପଢନ୍ତୁ

Durga puja preparations
Durga puja preparations
Durga puja preparations

କେନ୍ଦୁଝର : ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁରୁ ସହର । ଦୁର୍ଗାପୂଜା ପାଇଁ କେନ୍ଦୁଝର ଜିଲ୍ଲା ମଧ୍ୟ ବେଶ ଚଳଚଞ୍ଚଳ ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଆ ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ କେନ୍ଦୁଝରର ସବୁଠାରୁ ପୁରୁଣା ପୂଜା ମଣ୍ଡପ ହେଉଛି ଝୁମ୍ପୁରା ସ୍ଥିତ ପୂଜା ମଣ୍ଡପ । ଏଠାରେ ପଚାଶ ବର୍ଷରୁ ଅଧିକ ଦିନ ହେବ ଅନୁଷ୍ଠିତ ହୋଇ ଆସୁଛି ମାଆ ଜଗତ ଜନନୀ ଦୁର୍ଗାଙ୍କର ପୂଜା । ତେଣୁ ଚଳିତ ବର୍ଷ ଏହି ପୂଜା ମଣ୍ଡପ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏଥିପାଇଁ ବେଶ ଧୂମଧାମରେ ପୂଜାର୍ଚ୍ଚନା କରିବା ପାଇଁ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର ।

ଏହି ପୂଜା ମଣ୍ଡପରେ ମାଆଙ୍କ ଗୋଟାଏ ପ୍ରକାର ମୂର୍ତ୍ତି ପ୍ରତିବର୍ଷ ତିଆରି କରାଯାଇଥାଏ । ଦୀର୍ଘ ୫୦ ବର୍ଷ ଧରି ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି ପଦ୍ମଶ୍ରୀ ମାଗୁଣି କୁଅଁର । ପରିଣତ ବୟସରେ ମଧ୍ୟ କେନ୍ଦୁଝର ସହରରୁ ଆସି ଝୁମ୍ପୁରାର ଏହି ମଣ୍ଡପରେ ମାଆଙ୍କ ମୂର୍ତ୍ତି ଗଢ଼ି ଆସୁଛନ୍ତି । ତେବେ ବର୍ତ୍ତମାନ ସୁଧା ପଚାଷ ପ୍ରତିଶତ କାମ ସରିଥିବା ବେଳେ ପୂଜା ପୂର୍ବରୁ ମାଆଙ୍କର ମୁଖା ଓ ରଙ୍ଗ ସହ ସମସ୍ତ କାର୍ଯ୍ୟ ସରିଯିବ ବୋଲି କହିଛନ୍ତି ଶିଳ୍ପୀ ପଦ୍ମଶ୍ରୀ ମାଗୁଣି କୁଅଁର ।

ଏହା ମଧ୍ୟ ପଢନ୍ତୁ- ପୂଜା ପାଇଁ ବିଏମ୍‌ସିର ପ୍ରସ୍ତୁତି ବୈଠକ, ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ

ତେବେ ମାଆ ଦୁର୍ଗତିନାଶିନୀ ଯୁବ ସଂଘ ଦ୍ଵାରା ୧୯୭୪ ମସିହାରୁ ଆରମ୍ଭ ହୋଇଥିଲା ଏହି ପୂଜା ଏବେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ । ଏନେଇ କମିଟି ସଦସ୍ୟମାନେ ବେଶ୍ ଉତ୍ସାହିତ ସହ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ଚଳିତ ବର୍ଷ ଯୁବ ସଂଘ ପକ୍ଷରୁ ୬ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ୬ ଦିନ ଧରି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଲୋକକଳା ଲୋକନୃତ୍ୟ ପରିବେଷଣ କରିବା ସହ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି ।

ଏହି ସୁବର୍ଣ୍ଣ ଜୟନ୍ତୀ ପାଇଁ ମୀନା ବଜାର ଠାରୁ ଆରମ୍ଭ କରି ଯାତ୍ରା କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରିଛନ୍ତି ଆୟୋଜକମାନେ । ଏହାସହ ଓଡ଼ିଆ ସିନେ ଜଗତର ନାୟିକାମାନେ ମଧ୍ୟ ଏହି ମଞ୍ଚ ଉପରେ ଉପସ୍ଥିତ ରହି ସାଂସ୍କୃତିକ ସନ୍ଧ୍ୟାକୁ ବେଶ୍ ଉତ୍ସାହିତ କରିବେ ବୋଲି କମିଟି ପକ୍ଷରୁ ସ୍ଥିର କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.