ଆନନ୍ଦପୁର: ରାତି ପାହିଲେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ପୂରପଲ୍ଲୀ । ମା’ଙ୍କ ଆବାହନ ପାଇଁ ସଭିଁଏ ପ୍ରସ୍ତୁତ । ସବୁଥର ଭଳି ଏଥର ମଧ୍ୟ ଦଶହରା ବଡ ଧୁମଧାମରେ ପାଳିବେ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁରବାସୀ ।
ଚଳିତ ବର୍ଷ ରାମଚନ୍ଦ୍ରପୁର ପୂଜା କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାରୁ ଏଥର ଧୁମଧାମରେ କରାଯାଉଛି ଆୟୋଜନ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରାୟ 15 ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରିଛି କମିଟି । ସେହିପରି ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।
ଏପଟେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାରିଗର ମଧ୍ୟ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଇଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ