ETV Bharat / state

ନିଦାବିଷ୍ଣୁ ବନ ବିଭାଗ: ଡରାଉଛି ହାତୀ, ସାହାରା ସାଜିଛି ମଞ୍ଚା - କେନ୍ଦୁଝର

ବଣ ଜଙ୍ଗଲ ଅଭିଶାପ ପାଲିଟିଛି ବାଂଶପାଳ ବ୍ଳକ ଅନ୍ତର୍ଗତ ତାଳକାଦକଳା ପଞ୍ଚାୟତର ସୁଣ୍ଡୁରା ଗ୍ରାମବାସୀଙ୍କ ପାଇଁ । ଗ୍ରାମଟି ଜଙ୍ଗଲ ନିକଟରେ ଅବସ୍ଥିତ ଥିବାରୁ ସବୁବେଳେ ହାତୀ ଆକ୍ରମଣ ଭୟ ଘାରିଛି ଗ୍ରାମବାସୀଙ୍କୁ ।

ଡରାଉଛି ହାତୀ, ସାହାରା ସାଜିଛି ମଞ୍ଚା, ନିଦାବିଷ୍ଣୁ ଜଙ୍ଗଲ ବିଭାଗ
author img

By

Published : Aug 27, 2019, 11:21 AM IST

କେନ୍ଦୁଝର: ଜଙ୍ଗଲମୟ ଜିଲ୍ଲା କେନ୍ଦୁଝର । ଜିଲ୍ଲାର ଅର୍ଦ୍ଧାଧିକ ଲୋକ ଏହି ବଣ ଜଙ୍ଗଲ ଭରା ଗାଁ ରେ ବସବାସ କରନ୍ତି । ଗାଁରେ ଚାଷବାସ କରି ବଣ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି ଗ୍ରାମବାସୀ । କିନ୍ତୁ ଏହି ବଣ ଜଙ୍ଗଲ ଅଭିଶାପ ପାଲିଟିଛି ବାଂଶପାଳ ବ୍ଳକ ଅନ୍ତର୍ଗତ ତାଳକାଦକଳା ପଞ୍ଚାୟତର ସୁଣ୍ଡୁରା ଗ୍ରାମବାସୀଙ୍କ ପାଇଁ ।

ଉକ୍ତ ଗ୍ରାମଟି ଖଣ୍ଡାଧାର ଜଳପ୍ରପାତ ନିକଟରେ ଅବସ୍ଥିତ । ଗ୍ରାମଟି ଜଙ୍ଗଲ ନିକଟରେ ଅବସ୍ଥିତ ଥିବାରୁ ସବୁବେଳେ ହାତୀ ଆକ୍ରମଣ ଭୟ ଘାରିଛି ଗ୍ରାମବାସୀଙ୍କୁ । ଉକ୍ତ ଅଞ୍ଚଳରେ ଦଶରୁ ଉର୍ଦ୍ଧ୍ବ ହାତୀ ବସବାସ କରୁଛନ୍ତି । ରାତି ହେଲେ ଦୁଇ ତିନି ହାତୀ ଆସି ଗ୍ରାମ ମଧ୍ୟରେ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି । ଏହି ହାତୀ ଭୟରେ ଗ୍ରାମର ପଚାଶରୁ ଉର୍ଦ୍ଧ୍ବ ଗ୍ରାମବାସୀ ମଞ୍ଚା ଉପରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଡରାଉଛି ହାତୀ, ସାହାରା ସାଜିଛି ମଞ୍ଚା, ନିଦାବିଷ୍ଣୁ ଜଙ୍ଗଲ ବିଭାଗ

ଦିନରେ ନିତ୍ୟକର୍ମ ସାରି ରାତିରେ ସୁଣ୍ଡୁରା ଗ୍ରାମବାସୀ ମଞ୍ଚା ଉପରେ ରହୁଛନ୍ତି । ଏପରିକି ଛୋଟ ଛୁଆଙ୍କୁ ଧରି ମହିଳା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ଏହି ମଞ୍ଚା ଉପରକୁ ଉଠି ହାତୀ ଠାରୁ ଜୀବନ ବଞ୍ଚାଇବାକୁ ଶ୍ରେୟ ମଣୁଛନ୍ତି । ନିଜ ଚାଷକୁ ହାତୀ କବଳରୁ ବଞ୍ଚାଇବାକୁ ଜମି ନିକଟରେ ମଧ୍ୟ ମଞ୍ଚା ବାନ୍ଧି ରହୁଛନ୍ତି ଚାଷୀ । ମାତ୍ର କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏନେଇ ଜଙ୍ଗଲ ବିଭାଗକୁ ଦୀର୍ଘଦିନ ଧରି ଜଣାଇ ଆସୁଥିଲେ ମଧ୍ୟ ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହା ସହ ହାତୀ ଘଉଡାଇବା ପାଇଁ କିଛି ବ୍ୟବସ୍ଥା କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଚିରାଚରିତ ଭାବେ ହାତୀ ସୁରକ୍ଷା ସାଙ୍ଗକୁ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ପ୍ରକାଶ କରିଥିଲେ । କେବେ ଜଙ୍ଗଲ ବିଭାଗ ଆସି ହାତୀ ଘଉଡାଇବେ ସେନେଇ ଅପେକ୍ଷାରେ ଅଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ହାତୀ ଭୟରେ ମଞ୍ଚା ସାହା, ଜଙ୍ଗଲ ବିଭାଗ ନିଦାବିଷ୍ଣୁBody:
ଆଙ୍କର- ବଣ ଜଙ୍ଗଲ ଭରା ଜିଲ୍ଲା ହେଉଛି କେନ୍ଦୁଝର । ଏହି ଜିଲ୍ଲାର ଅର୍ଦ୍ଧାଧିକ ଲୋକ ଏହି ବଣ ଜଙ୍ଗଲ ଭରା ଗାଁ ରେ ବସବାସ କରନ୍ତି । ଗାଁରେ ଚାଷବାସ କରି ବଣ ଜଙ୍ଗଲ ଉପରେ ନିର୍ଭର କରି ଚାଲିଆସିଥାନ୍ତି । କିନ୍ତୁ ଏହି ବଣ ଜଙ୍ଗଲ ଅଭିଶାପ ପାଲିଟିଛି ବାଂଶପାଳ ବ୍ଳକ ଅନ୍ତର୍ଗତ ତାଳକାଦକଳା ପଞ୍ଚାୟତ ର ସୁଣ୍ଡୁରା ଗ୍ରାମବାସୀଙ୍କ ପାଇଁ। ଉକ୍ତ ଗ୍ରାମଟି ଖଣ୍ଡାଧାର ଜଳପ୍ରପାତ ନିକଟରେ ଅବସ୍ଥିତ । ଗ୍ରାମଟି ଜଙ୍ଗଲ ନିକଟରେ ଅବସ୍ଥିତ ଥିବାରୁ ସବୁବେଳେ ହାତୀ ଆକ୍ରମଣ ଭୟ ଘାରିଛି ଗ୍ରାମବାସୀଙ୍କୁ । ଉକ୍ତ ଅଞ୍ଚଳରେ ଦଶ ରୁ ଉର୍ଦ୍ଧ୍ବ ହାତୀ ବସବାସ କରୁଛନ୍ତି । ରାତି ହେଲେ ଉକ୍ତ ହାତୀ ମଧ୍ୟରୁ ଦୁଇ ତିନି ହାତୀ ଆସି ଗ୍ରାମ ମଧ୍ୟରେ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି । ଦୁଃଖ କଷ୍ଟରେ କରିଥିବା ଧାନ ଚାଷ କୁ ମଧ୍ୟ ନଷ୍ଟ କରୁଛନ୍ତି ହାତୀ । ଏହି ହାତୀ ଭୟରେ ଗ୍ରାମର ପଚାଶ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ମଞ୍ଚା ଉପରେ ରହିବାକୁ ବାଧ୍ୟ ହେଉଛନ୍ତି । ଦିନରେ ନିତ୍ୟକର୍ମ ସାରି ରାତିରେ ସପରିବାର ମଞ୍ଚା ଉପରେ ଦୀର୍ଘ ଦିନ ଧରି ରହୁଛନ୍ତି ସୁଣ୍ଡୁରା ଗ୍ରାମବାସୀ । ଏପରିକି ଛୋଟ ଛୁଆଙ୍କୁ ଧରି ମହିଳାମାନେ ବିପଦ ସଂକୁଳ ଭାବେ ଏହି ମଞ୍ଚା ଉପରକୁ ଉଠି ହାତୀ ଠାରୁ ଜୀବନ ବଞ୍ଚାଇବାକୁ ଶ୍ରେୟ ମଣୁଛନ୍ତି । ନିଜ ଚାଷକୁ ହାତୀ କବଳରୁ ବଞ୍ଚାଇବାକୁ ଜମି ନିକଟରେ ମଧ୍ୟ ମଞ୍ଚା ବାନ୍ଧି ଜଗିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜେଲ ଡରରେ ହାତୀକୁ ମଧ୍ୟ କିଛି କରିପାରୁ ନାହାନ୍ତି କି ଘରେ ରହି ପାରୁ ନାହାଁନ୍ତି ସୁଣ୍ଡୁରା ଗ୍ରାମବାସୀ । ଏନେଇ ଜଙ୍ଗଲ ବିଭାଗ କୁ ଦୀର୍ଘଦିନ ଧରି ଜଣାଇ ଆସୁଥିଲେ ମଧ୍ୟ ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏହା ସହ ହାତୀ ଘଉଡାଇବା ପାଇଁ କିଛି ବ୍ୟବସ୍ଥା କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଚିରଚରିତ ଭାବେ ହାତୀ ସୁରକ୍ଷା ସାଙ୍ଗକୁ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ପ୍ରକାଶ କରିଥିଲେ । କେବେ ଜଙ୍ଗଲ ବିଭାଗ ଆସି ହାତୀ ଘଉଡାଇବେ ସେନେଇ ଅପେକ୍ଷାରେ ଅଛନ୍ତି ।
ବାଇଟ-୧-ଯାନିକା ନାଏକ( ମଞ୍ଚା ଉପରେ ବାସ କରୁଥିବା ଗ୍ରାମବାସୀ)

ବାଇଟ-୨-ଅମିନ ଦେହୁରୀ ( ଗ୍ରାମବାସୀ)

ବାଇଟ-୩-ଅଶଣୀ ପ୍ରଧାନ ( ଗ୍ରାମବାସୀ)

ବାଇଟ-୪- ସଂନ୍ତୋଷ ଯୋଶୀ ( ବନଖଣ୍ଡ ଅଧିକାରୀ)

ପିଟିସିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.