ETV Bharat / state

କେନ୍ଦୁଝରରେ ରଥଯାତ୍ରା ବନ୍ଦ, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେନ୍ଦୁଝରରେ ଗଡିବନି ବିଶ୍ୱର ସର୍ବ ବୃହତ ରଥ । ଏନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା।

district-magistrate-ordered-to-cancel-ratha-yatra-in-kendujhar
କେନ୍ଦୁଝରରେ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
author img

By

Published : Jun 18, 2020, 8:30 PM IST

Updated : Jun 19, 2020, 7:24 AM IST

କେନ୍ଦୁଝର: ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ । କିନ୍ତୁ ଗଡ଼ିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଶେଷରେ ଏବର୍ଷ ଆଉ କେନ୍ଦୁଝରରେ ଗଡିବନି ବିଶ୍ୱର ସର୍ବବୃହତ ରଥ । କୋରୋନା ମହାମାରୀ ପାଇଁ ଆଜି ମାନ୍ୟବର ସୁପ୍ରିମକୋର୍ଟ ସାରା ଓଡ଼ିଶାରେ ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି । ଫଳରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦୁଝରରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବଡ଼ପଣ୍ଡା, ଅଧିକାରୀଙ୍କ ସହ ଆଲୋଚନା କରି ରଥଯାତ୍ରାକୁ ବନ୍ଦ କରିଛନ୍ତି ।

କେନ୍ଦୁଝରରେ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ମାତ୍ର ମନ୍ଦିର ପ୍ରାଙ୍ଗଣ ଭିତରେ ସମସ୍ତ ନୀତିକାନ୍ତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା କିନ୍ତୁ କେନ୍ଦୁଝରର ସମସ୍ତ ଭକ୍ତଙ୍କୁ ହତାଶ କରିଛି । କେନ୍ଦୁଝର ଜିଲ୍ଲାର ଇତିହାସରେ କେବେ ହେଲେ ରଥଯାତ୍ରା ବନ୍ଦ ହୋଇନଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହେଉ ଥିବାରୁ ଭକ୍ତ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆହୁରି ମଧ୍ୟ ଭକ୍ତଙ୍କ କହିବା କଥା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚାହିଁଲେ ସ୍ୱଳ୍ପ ଲୋକରେ ରଥଯାତ୍ରା ହେଇପାରନ୍ତା । ନଚେତ ଠାକୁରଙ୍କ ଅନେକ ନୀତି ହେଇପାରିବ ନାହିଁ ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି । ଏହା ସହ ସମଗ୍ର ଜିଲ୍ଲାରେ ରଥଯାତ୍ରା ବନ୍ଦ କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jun 19, 2020, 7:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.