ETV Bharat / state

‘ଦୁଃଖ ଶୁଣ ସରକାର, ନଚେତ୍‌ ଆତ୍ମହୁତି ଦେବୁ’ - ବିସ୍ଥାପିତଙ୍କ ସମସ୍ୟା

ବିସ୍ଥାପିତଙ୍କ ସମସ୍ୟା । ଫସଲ ଅମଳ ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ଗୁହାରି କଲେ ବିସ୍ଥାପିତ । ଜିଲ୍ଲାପାଳଙ୍କୁ କଲେ ଲିଖିତ ନିବେଦନ । ଅଧିକ ପଢନ୍ତୁ...

ବିସ୍ଥାପିତଙ୍କ ଦୁଖଃ; ଫସଲ ଅମଳ ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ଗୁହାରି

author img

By

Published : Oct 1, 2021, 9:09 AM IST

କେନ୍ଦୁଝର: ଫସଲ ଅମଳ ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ବିସ୍ଥାପିତଙ୍କ ଗୁହାରି । କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଚମକପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ କରିଛନ୍ତି । ପ୍ରାୟ ୧୫ ଶହ ଏକର ଜମିରେ ଚାଷ କରିଥିବା ବେଳେ ଆଉ କିଛି ଦିନ ପରେ ଫସଲ ଅମଳ ହେବ । ଏଣୁ ଘର ଭଙ୍ଗା କାମ ବନ୍ଦ କରି ସେମାନଙ୍କୁ ରହିବାକୁ ଦେବାକୁ କହିଛନ୍ତି । ନଚେତ୍ ହାତୀ ସବୁ ଖାଇ ଦେବ ବୋଲି କହିଛନ୍ତି ବିସ୍ଥାପିତ ।

ବିସ୍ଥାପିତଙ୍କ ଦୁଖଃ; ଫସଲ ଅମଳ ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ଗୁହାରି

ଗ୍ରାମ ସ୍ଥାନାନ୍ତରଣ ପୂର୍ବରୁ ଦେବାଦେବୀଙ୍କୁ ସ୍ଥାନାନ୍ତରଣ କରାଯାଉ । ନଚେତ ଗ୍ରାମବାସୀଙ୍କ ଅଶୁଭ ହେବ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ଥଇଥାନ କରାଯାଉଥିବା ସ୍ଥାନରେ ସ୍କୁଲ ନିର୍ମାଣ ସରି ନଥିବାରୁ ପିଲାଙ୍କ ପାଠପଢା ବ୍ୟାଘାତ ହେବ ବୋଲି କହିଛନ୍ତି ବିସ୍ଥାପିତ । ସରକାର ଦାବି ନମାନିଲେ ଆତ୍ମହୁତି ଦେବେ ବୋଲି କହିଛନ୍ତି ବିସ୍ଥାପିତ । ବିସ୍ଥାପିତଙ୍କ ଦୁଃଖ ପ୍ରଶାସନ ଶୁଣିବାକୁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.