ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ସମଗ୍ର ଆନନ୍ଦପୁର ପୌରପରିଷଦକୁ ପ୍ରଥମେ ସଟଡାଉନ ଓ ପରେ ପରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ସଂକ୍ରମଣରେ ରୋକ ଲଗାଯାଇଛି ।
ଏହି କ୍ରମରେ ମଙ୍ଗଳବାର ପୋଲିସ ଡିଜି ଅଭୟ ଆନନ୍ଦପୁର ଗ୍ରସ୍ତରେ ଆସିବା ସହିତ ଆଇନ ଶୃଙ୍ଖଳାକୁ ତଦାରଖ କରିଛନ୍ତି । ଡିଜିଙ୍କ ଗସ୍ତ ସମୟରେ ପୋଲିସ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ସହିତ ଆଇନ ଶୃଙ୍ଖଳାକୁ କଡାକଡି ପାଳନ କରିଛି । ଏଥି ସହିତ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟରେ ଡିଜିଙ୍କ ତତ୍ତ୍ବାବଧାନରେ ଏକ ସମୀକ୍ଷା ବୈଠକ କରାଯାଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ