ETV Bharat / state

କୁକୁର ପଲଙ୍କ ଆକ୍ରମଣରେ ହରିଣ ମୃତ - କୁକୁର ପଲଙ୍କ ଆକ୍ରମଣରେ ହରିଣ ମୃତ

ସ୍ଥାନୀୟ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମହେଶ୍ବରପୁର ଗାଁରେ କୁକୁର ପଲଙ୍କ ଆକ୍ରମଣରେ ଗୋଟିଏ ମାଈ ହରିଣର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଜଙ୍ଗଲ ପଟୁ ବୈତରଣୀ ନଦୀ ପାରି ହୋଇ ଏକ 5 ବର୍ଷର ମାଈ ହରିଣ ଚମ୍ପୁଆ ରେଞ୍ଜର କାଳିକା ପ୍ରସାଦ ରିଜର୍ଭକୁ ପଶି ଆସିଥିଲା ।

keonjhar latest news, deer died in keonjhar, deer died after dog attack, dog attack in keonjhar, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରରେ ହରିଣ ମୃତ, କୁକୁର ପଲଙ୍କ ଆକ୍ରମଣରେ ହରିଣ ମୃତ, କେନ୍ଦୁଝରର କୁକୁରଙ୍କ ଉତ୍ପାତ
କୁକୁର ପଲଙ୍କ ଆକ୍ରମଣରେ ହରିଣ ମୃତ
author img

By

Published : Jul 26, 2020, 9:33 PM IST

କେନ୍ଦୁଝର: ସ୍ଥାନୀୟ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମହେଶ୍ବରପୁର ଗାଁରେ କୁକୁର ପଲଙ୍କ ଆକ୍ରମଣରେ ଗୋଟିଏ ମାଈ ହରିଣର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଜଙ୍ଗଲ ପଟୁ ବୈତରଣୀ ନଦୀ ପାରି ହୋଇ ଏକ 5 ବର୍ଷର ମାଈ ହରିଣ ଚମ୍ପୁଆ ରେଞ୍ଜର କାଳିକା ପ୍ରସାଦ ରିଜର୍ଭକୁ ପଶି ଆସିଥିଲା । ହେଲେ ଏହି ହରିଣଟି କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇଥିବାରୁ ତାହାର ମୃତ୍ୟୁ ହୋଇଥିବା ଜଣା ପଡିଛି ।

କୁକୁର ପଲଙ୍କ ଆକ୍ରମଣରେ ହରିଣ ମୃତ

ହରିଣଟି ମହେଶ୍ବରପୁର ଦୋଳିତା ନିକଟସ୍ଥ କାଜୁ ଜଙ୍ଗଲରେ ବୁଲୁଥିବା ବେଳେ ଏହାକୁ କିଛି ବୁଲା କୁକୁର ଗୋଡାଇବା ଆରମ୍ଭ କରିଥିଲେ । ପରେ କୁକୁରଙ୍କ ଆକ୍ରମଣରେ ହରିଣଟି ଗୁରୁତର ହୋଇ ପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ହରିଣଟିକୁ ଉଦ୍ଧାର କରି ଚମ୍ପୁଆ ରେଞ୍ଜରଙ୍କୁ ଖବର କରିଥିଲେ । ହେଲେ ବନ କର୍ମଚାରୀମାନେ ସେଠାରେ ପହଞ୍ଚିବା ବେଳକୁ ହରିଣଟିର ମୃତ୍ୟୁ ହୋଇ ସାରିଥିଲା ।

ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣକୁ ଉଦ୍ଧାର କରିବା ସହ ଏହାର ବ୍ୟବଚ୍ଛେଦ କରାଇଥିଲେ । ବ୍ୟବଚ୍ଛେଦ ପରେ ହରିଣଟିର ମୃତଦେହକୁ ପୋତି ଦିଆଯାଇଥିବା ଜଣା ପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.