ETV Bharat / state

କେନ୍ଦୁଝରରେ ହାତଗୋଡ ବାନ୍ଧି ଯୁବକଙ୍କୁ ହତ୍ୟା - anandapur

ପୂର୍ବ ଶତ୍ରୁତା ନେଲା ଜୀବନ । ଘସିପୁରା ଥାନା ଟିକିରି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ପୂର୍ବ କଳହକୁ କେନ୍ଦ୍ରକରି ଜଣେ ଯୁବକର ହାତ ଗୋଡ ବାନ୍ଧି ଅତି ଅମାନୁଷିକ ଭାବେ କରାଯାଇଛି ହତ୍ଯା ।

ଫଟୋ ସୌଜନ୍ଯ : ପ୍ରତିନିଧି, ଆନନ୍ଦପୁର
author img

By

Published : May 7, 2019, 5:44 PM IST

କେନ୍ଦୁଝର: ପୂର୍ବ ଶତ୍ରୁତା ନେଲା ଜୀବନ । ଘସିପୁରା ଥାନା ଟିକିରି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ପୂର୍ବ କଳହକୁ କେନ୍ଦ୍ରକରି ଜଣେ ଯୁବକର ହାତ ଗୋଡ ବାନ୍ଧି ଅତି ଅମାନୁଷିକ ଭାବେ କରାଯାଇଛି ହତ୍ଯା ।

ଭିଡିଓ ସୌଜନ୍ଯ : ପ୍ରତିନିଧି, ଆନନ୍ଦପୁର

କନ୍ତୋ ଗ୍ରାମର ବିଦ୍ଯାଧର ମୁଣ୍ଡା ଓ ଟିକିରି ଗ୍ରାମର ପିଦିନା ମୁଣ୍ଡାଙ୍କ ମଧ୍ୟରେ କିଛି ଦିନ ତଳେ ଏକ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ପିଦିନା ମୁଣ୍ଡା ବିଦ୍ଯାଧରର ହାତ ଗୋଡ ବାନ୍ଧି ମାଡ ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିଦ୍ଯାଧରର ମୃତ୍ଯୁ ଘଟିଛି ।

ଖବର ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ କାର୍ଯ୍ୟ ଚାଲୁରଖିଛି । ଗିରଫ ଭୟରେ ଅଭିଯୁକ୍ତ ଏବେ ବି ଫେରାର ରହିଛି । କିନ୍ତୁ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବା ନେଇ ପୋଲିସ କହିଛି ।

ଏପରି ଅଭାବନୀୟ ହତ୍ଯାକାଣ୍ଡକୁ ନେଇ ଟିକିରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

df

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.