ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବାତୋ ବୈତରଣୀ ନଦୀ ଘାଟରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ ଘଷିପୁରା ଥାନା ଭଣ୍ଡାରିଡିହା ଗାଁର କୁଳମଣି ସାହୁ ନାମକ ଜଣେ ବୃଦ୍ଧ ନିଜ ଶ୍ବଶୁର ଘର ଟୋଲଙ୍କପଡ଼ାକୁ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ ।
ହେଲେ, କୁସେଇ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବୈତରଣୀ ନଦୀଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାମଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆନନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ