ETV Bharat / state

ସୁପ୍ରିମକୋର୍ଟ ଯିବେ ଦାରା ସିଂ; ନ୍ୟାୟିକ ଲଢେଇରେ ସାମିଲ ହେଲେ ଚର୍ଚ୍ଚିତ ଆଇନଜୀବୀ ଏପି ସିଂ

author img

By

Published : Nov 19, 2021, 10:44 PM IST

ପୁଣି ଥରେ ଖବର ପରିସରକୁ ଆସିଛି ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ କଥା । ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଲଢେଇ ଆରମ୍ଭ କରିଛି ଦାରା ସେନା । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟ ଯିବେ ଦାରା ସିଂ
ସୁପ୍ରିମକୋର୍ଟ ଯିବେ ଦାରା ସିଂ

କେନ୍ଦୁଝର: ପୁଣି ଥରେ ଖବର ପରିସରକୁ ଆସିଛି ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ କଥା । ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଲଢେଇ ଆରମ୍ଭ କରିଛି ଦାରା ସେନା ।

୧୯୯୯ ମସିହାରେ ଘଟିଥିବା ଏହି ଘଟଣାରେ ଦାରା ସିଂ ଗିରଫ ହୋଇ ଦୀର୍ଘ ୨୨ ବର୍ଷ ଧରି କେନ୍ଦୁଝର ଜିଲ୍ଲା କାରାଗାରରେ ସଜା କାଟୁଛି । ଦାରା ସିଂର କାରାଗାର ଅବଧି ପୁରଣ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜେଲରୁ ବାହାରି ପାରୁ ନାହାଁନ୍ତି । ଏନେଇ ବହୁ ହିନ୍ଦୁ ସଂଗଠନ ବିଭିନ୍ନ ସମୟରେ ପ୍ରତିବାଦ କରିଆସୁଛନ୍ତି । ତାଙ୍କର ବାରମ୍ବାର ବେଲ ପାଇଁ ଆବେଦନ ହେଉଥିଲେ ସୁଦ୍ଧା ଖାରଜ ହୋଇଯାଉଛି ।

ସୁପ୍ରିମକୋର୍ଟ ଯିବେ ଦାରା ସିଂ; ନ୍ୟାୟିକ ଲଢେଇରେ ସାମିଲ ହେଲେ ଚର୍ଚ୍ଚିତ ଆଇନଜୀବୀ ଏପି ସିଂ

ଏବେ ଦାରା ସିଂଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜେଲରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ଦାରା ସେନା । ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଏପି ସିଂଙ୍କୁ ନିୟୋଜିତ କରାଯାଇଛି । ନିର୍ଭୟା ଦୋଷୀଙ୍କ ମାମଲା ଲଢିଥିବା ଓ ପୁରୀ ରଥଯାତ୍ରା ପ୍ରସଙ୍ଗରେ ଚର୍ଚ୍ଚିତ ଓକିଲ ହେଉଛନ୍ତି ଏପି ସିଂ । ଆଜି (ଶୁକ୍ରବାର) କେନ୍ଦୁଝର ଜିଲ୍ଲା କାରାଗାରକୁ ଆସି ଦାରା ସିଂ କୁ ଭେଟିଥିଲେ ଏପି ସିଂ। ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଏପି ସିଂ ତାଙ୍କ ପ୍ରତିକ୍ରିୟା କହିଛନ୍ତି । ଦାରା ସିଂଙ୍କୁ ମୁକୁଳାଇବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଦାରା ସେନା ପକ୍ଷରୁ କୁହାଯାଇଛି ।

ତେବେ କେବେ ଦାରା ସିଂ ଜେଲରୁ ମୁକ୍ତ ହେଉଛନ୍ତି ନା ଜେଲରେ ରହୁଛନ୍ତି ତାକୁ ଅପେକ୍ଷା ।

ସୂଚନାଯୋଗ୍ୟ ଯେ 1999 ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ମିଶିନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅଙ୍କୁ ଜିପ୍‌ରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଯାହା ସାରା ଦେଶରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ଘଟଣାରେ କେନ୍ଦୁଝର ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓ ତାଙ୍କର କିଛି ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.