ETV Bharat / state

ବନ୍ୟା ପରେ ବଢୁଛି ପନିପରିବା ଚାଷୀଙ୍କ ଦୁର୍ଦ୍ଦଶା, ସରକାରୀ ସହାୟତାକୁ ଅପେକ୍ଷା

author img

By

Published : Jun 1, 2021, 5:57 PM IST

ବାତ୍ୟା ପରେ ବନ୍ୟା ଚାଷୀଙ୍କ ମନରେ ଆଣି ଦେଇଛି ଦୁଃଖ । ବର୍ଷକର ରୋଜଗାର ଆଶାରେ ପନିପରିବା ଚାଷ କରିଥିଲା ଚାଷୀ । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଏକର ଏକର ପୋଟଳ ଓ ବାଇଗଣ ଜମିରେ ମାଡିଯାଇଛି ବନ୍ୟାଜଳ । ଅଧିକ ପଢନ୍ତୁ...

cyclone yaas flood water affected vegetable farmer in anandpur
ବନ୍ୟା ପରେ ପନିପରିବା ଚାଷୀଙ୍କ ବଢିଛି ଦୁର୍ଦ୍ଦଶା, ସରକାରୀ ସହାୟତାକୁ ଅପେକ୍ଷା

ଆନନ୍ଦପୁର: ବାତ୍ୟା ପରେ ବନ୍ୟା ଚାଷୀଙ୍କ ମନରେ ଆଣି ଦେଇଛି ଦୁଃଖ । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ନଦୀ କୂଳିଆ ଚାଷୀଙ୍କ ଫସଲ ଉଜୁଡିଯାଇଛି । ଏକର ଏକର ପୋଟଳ ଓ ବାଇଗଣ ଜମିରେ ମାଡିଯାଇଛି ବନ୍ୟାଜଳ । ଫଳରେ 6 ମାସ ଧରି ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର ଆଶା ରଖିଥିବା ଚାଷୀ ହତାସ ହୋଇଛନ୍ତି । ଏ ଭଳି ସ୍ଥିତିରେ ଚାଷୀଙ୍କୁ ଏବେ ସରକାରୀ ସହାୟତା ଜରୁରୀ ହୋଇପଡିଛି ।

ବନ୍ୟା ପରେ ବଢୁଛି ପନିପରିବା ଚାଷୀଙ୍କ ଦୁର୍ଦ୍ଦଶା, ସରକାରୀ ସହାୟତାକୁ ଅପେକ୍ଷା

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଓ ତରୁଆଁ ପଞ୍ଚାୟତର ବୈତରଣୀ ନଦୀକୂଳରେ ଥିବା ଏହି ୬ ଟି ଗାଁରେ ଚାଷୀମୁଣ୍ଡରେ ପଡିଛି ଚଡକ । ଏକର ଏକର ଚାଷଜମିରେ ମାଡିଯାଇଛି ବନ୍ୟାଜଳ । ନଦୀକୂଳରେ ପୋଟଳ ଓ ବାଇଗଣ ଫସଲ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ଚାଷ ସମ୍ପୂର୍ଣ୍ଣ ଉଜୁଡିଯାଇଛି । ପଚିସଢି ଯାଇଛି ଚାଷୀଙ୍କ ଫସଲ । ଫଳରେ ଚାଷୀ ହତାସ ହୋଇ ପଡିଛନ୍ତି ।ପଞ୍ଚୁପଲ୍ଲୀ ଓ ତରୁଆଁର ୨ ଶହରୁ ଉର୍ଦ୍ଧ୍ବ ଚାଷୀ ବୈତରଣୀ ନଦୀ କୂଳରେ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଏଥିରୁ ବର୍ଷ ସାରା ଭଲ ରୋଜଗାର ମଧ୍ୟ ହୋଇଥାଏ । ଏବର୍ଷ ଅନେକ ଚାଷୀ ପୋଟଳ ଓ ବାଇଗଣ ଚାଷ କରିଥିଲେ । ଏଥିରୁ ଚାଷୀମାନେ ଅଳ୍ପ କିଛି ବିକ୍ରୀ କରିଥିବା ବେଳେ, ଆଗକୁ ଲକ୍ଷାଧିକ ଟଙ୍କା ଉପାର୍ଜନ କରିବାର ଆଶା ରଖିଥିଲେ । ହେଲେ ବାତ୍ୟା ୟସ୍ ପରେ ଆସିଥିବା ବନ୍ୟାରେ ଚାଷୀଙ୍କର ଆଶା ଆଶାରେ ହିଁ ରହିଯାଇଛି ।

ବର୍ଷକ ମୁଣ୍ଡଝାଳ ତୁଣ୍ଡରେ ମାରି ବିଭିନ୍ନ ପନପରିବା ଚାଷ କରିଥିଲ ଚାଷୀ । ବାତ୍ୟା ଯୋଗୁଁ ଏବେ ସବୁ ଉଜୁଡିଯାଇଛି । ତେବେ ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରି କ୍ଷତିପୂରାଣ ଯୋଗାଇ ଦେବା ପାଇଁ ଚାଷୀଙ୍କ ମହଲରୁ ଦାବି ହୋଇଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.