ETV Bharat / state

ଫସଲ ଖାଉଛି ଚକଡା, ଚିନ୍ତାରେ ଚାଷୀ - chakada pest in keonjhar

ଅମଳ ବେଳେ ନଷ୍ଟ ହେବାକୁ ବସିଛି ଫସଲ । ଏକର ଏକର ଫସଲରେ ଚକଡା ପୋକ ମାଡି ଯାଇଛି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଅଳତୀ ପଞ୍ଚାୟତ ପଦନପୁର ଚାଷୀ ଚିନ୍ତାରେ ପଡିଯାଇଛନ୍ତି ।

ଚକଡା ପୋକ, chakada pest
ଫସଲ ଖାଉଛି ଚକଡା, ଚିନ୍ତାରେ ଚାଷୀ
author img

By

Published : Nov 27, 2019, 1:54 PM IST

ଆନନ୍ଦପୁର: ଚାଷୀ ପେଟକୁ ପ୍ରହାର । ପୁଣି ଫେରିଲା ଚକଡା ଦାଉ । ମୁଣ୍ଡ ଝାଳ ତୁଣ୍ଡେ ମାରି ସୁନାର ଫସଲ ଫଳାଇଥିଲେ ଚାଷୀ । ଆଶା ଥିଲା ଫସଲ ଅମଳ ହେବ ଭଲ ଦୁଇ ପଇସା ରୋଜଗାର ହେବ । ହେଲେ ଚାଷୀଙ୍କ ସବୁ ସ୍ବପ୍ନକୁ ଚୁରମାର କରିଦେଇଛି ଚକଡା ପୋକ । ଏକର ଏକର ଫସଲରେ ଲାଗିଛି ଚକଡା ପୋକ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଫସଲ ଖାଉଛି ଚକଡା, ଚିନ୍ତାରେ ଚାଷୀ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ପଞ୍ଚାୟତର ପଦନପୁର ଗାଁ । ବହୁ ବାଧାବିଘ୍ନ ପରେ ଏଥର ଜମିରେ ଫଳିଥିଲା ସୁନାର ଫସଲ । ଭଲ ଅମଳର ଆଶା ମଧ୍ୟ କରିଥିଲେ ଚାଷୀ । ହେଲେ, ଧାନ ଅମଳ ସମୟରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ବ୍ୟାପକ ଜମିରେ ମାଡିଯାଇଛନ୍ତି ଚକଡା ପୋକ । ଚାଷ ଉଜୁଡିବାକୁ ବସିଥିବା ବେଳେ ଋଣ ପରିଶୋଧ କିପରି କରିବେ, ସେନେଇ ଚିନ୍ତାରେ ଚାଷୀ ।

କେବଳ ପଦନପୁର ଗାଁ ନୁହେଁ, ଅଳତୀ,ରାମଚନ୍ଦ୍ରପୁର ଓ ଗଡବାନ୍ଧଗୋଡା ପଞ୍ଚାୟତର ଅନେକ ଚାଷଜମିରେ ଦାଉ ସାଧିଛି ଚକଡା ପୋକ । କୀଟନାଶକ ମଧ୍ୟ କୌଣସି କାମ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀ ବୁଲି ଦେଖିଛନ୍ତି ଚାଷୀଙ୍କ ଜମି। ସମଗ୍ର ଅଞ୍ଚଳ ପରିଦର୍ଶନ ପରେ ସରକାରଙ୍କୁ ଏସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି କୃଷି ଅଧିକାରୀ ।

ଚାଷୀ ଜୀବନରେ ଚଡକ ପକାଇଛି ଚକଡା ପୋକ। ଋଣ ପରିଶୋଧ ଚିନ୍ତାରେ ରୁନ୍ଧି ହୋଇଯାଇଥିବା ଚାଷୀ ଆତ୍ମହତ୍ୟା କରିବାକୁ ବି ଦେବନି ପଛଘୁଞ୍ଚା । ଯାହାକୁ ନଜରରେ ରଖି ସରକାର ବେଳ ଥାଉ ଥାଉ ଏନେଇ ଉଚିତ ପଦକ୍ଷେପ ନେବା ଆବଶ୍ୟକ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀଙ୍କ ରିପୋର୍ଟ ଇଟିଭି ଭାରତ

Intro:2611_AND_EB_ଚକଡ଼ା ପୋକ_Pkg_anandapur
For_district_member

ଆଙ୍କର-ଏ ବର୍ଷ ଡେରିରେ ମୌସୁମୀ ଆସିଥିଲେ ସୁଦ୍ଧା ଜମିରେ ଭଲ ଧାନ ହୋଇଥିଲା । ଭଲ ଅମଳର ଆଶା ମଧ୍ୟ କରିଥିଲେ ଚାଷୀ । ହେଲେ,ଧାନ ଅମଳ ବେଳେ ଚକଡା ପୋକ ଦାଉ ସାଧିଛି । ୩ଟି ପଞ୍ଚାୟତର ୧ ହଜାରରୁ ଉର୍ଧ୍ବ ଚାଷୀ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ,ବିଭାଗୀୟ ଅଧିକାରୀ ସରକାରଙ୍କୁ ଅବଗତ କରାଇ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଭି.ଓ-୧-କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ପଞ୍ଚାୟତର ପଦନପୁର ଗାଁ ।ବହୁ ବାଧାବିଘ୍ନ ପରେ ଏଥର ଜମିରେ ସୁନାର ଫସଲ ଫଳିଥିଲା ।ଭଲ ଅମଳର ଆଶା ମଧ୍ୟ କରିଥିଲେ ଚାଷୀ ।ହେଲେ,ଧାନ ଅମଳ ସମୟରେ ଚାଷୀ ମୁଣ୍ଡରେ ପଡିଛି ଚଡକ ।ବ୍ୟାପକ ଅଞ୍ଚଳରେ ଜମିରେ ମାଡିଯାଇଛନ୍ତି ଚକଡା ପୋକ ।ଏଥିଯୋଗୁଁ ଧାନ ଅମଳ ବହୁ ପରିମାଣରେ ବାଧାପ୍ରାପ୍ତ ହେବାର ଆଶଂକା ଦେଖାଦେଇଛି ।ଯାହାକୁ ନେଇ ଋଣ ପରିଶୋଧ କିପରି କରିବେ,ସେନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

ବାଇଟି-୧-ଗଙ୍ଗାଧର ନାଏକ,ଚାଷୀ,ପଦନପୁର
ବାଇଟି-୨-ପୂର୍ଣ୍ଣଚନ୍ଦ୍ର ଖଟୁଆ,ଚାଷୀ,ପଦନପୁର

ଭି.ଓ-୨-କେବଳ ପଦନପୁର ଗାଁ ନୁହେଁ, ଅଳତୀ,ରାମଚନ୍ଦ୍ରପୁର ଓ ଗଡବାନ୍ଧଗୋଡା ପଞ୍ଚାୟତର ଅନେକ ଚାଷଜମିରେ ଚକଡା ପୋକ ଲାଗିଥିବା ଅଭିଯୋଗ କରିଛନ୍ତି ଚାଷୀ ।ଚକଡା ପୋକ ଧରିଥିବା ବେଳେ କୀଟନାଶକ ପ୍ରୟୋଗ କରି କୌଣସି ଫଳ ହୋଇ ନଥିବା ଅଭିଯୋଗ ହୋଇଛି ।ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀ ଚାଷୀଙ୍କର ଜମି ବୁଲି ଦେଖିଛନ୍ତି ।ସମଗ୍ର ଅଞ୍ଚଳ ପରିଦର୍ଶନ ପରେ ସରକାରଙ୍କୁ ଏସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି କୃଷି ଅଧିକାରୀ ।

ବାଇଟି-୩-ପିତାମ୍ବର ରାଉତ,ଚାଷୀ,ପଦନପୁର
ବାଇଟି-୪-ସୁମିତ କୁମାର ସେଠୀ,ସହକାରୀ କୃଷି ବିଭାଗ ଅଧିକାରୀ,ସାଇଁକୁଳ

FVO- ତେବେ କୁଷି ବିଭାଗ ଚକଡାପୋକରେ କ୍ଷତିଗସ୍ତ ହୋଇଥିବା ଚାଷି ମାନଙ୍କୁ ଉପଯୁକ୍ତ ଷତିପୁରଣ ପ୍ରଦାନ କରିବାପାଇଁ ଚାଷିଙ୍କ ମହଲରେ ଦାବିହୋଇଛି।(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.