କେନ୍ଦୁଝର: ଚିକିତ୍ସାଧୀନ ଅବସ୍ଥାରେ ମହିଳା କଏଦୀଙ୍କ ମୃତ୍ୟୁ ଅଭିଯୋଗ । କେନ୍ଦୁଝର ଜେଲରେ ଏକ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଜଣେ ମହିଳା କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ମୃତ୍ୟୁବରଣ କରିଥିବା ମହିଳା କଏଦୀ ଜଣଙ୍କ ହେଲେ ପୂର୍ଣ୍ଣିମା ନାଏକ । ତାଙ୍କ ଘର ଘଟଗାଁ ଉପରଡ଼ିହା ଗାଁରେ ହୋଇଥିବା ଜଣାପଡିଛି । ସେ କେନ୍ଦୁଝର ଜେଲରେ ଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ।
ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ 20 ଦିନରୁ ଅଧିକ ସମୟ ଧରି କଟକରେ ଚିକିତ୍ସିତ ହେଉଥିବା ସମୟରେ ଆଜି ପୂର୍ଣ୍ଣିମାଙ୍କ ମୃତ୍ୟୁ ଘଟିଛି । ମୃତ କଏଦୀଙ୍କ ଶବ ବ୍ୟବଚ୍ଛେଦ ପରେ ମର ଶରୀରକୁ ପରିବାର ଲୋକେ ଘରକୁ ନେଇଯାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ