ETV Bharat / state

କୋରୋନା କଟକଣା: ଘଟଗାଁ ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

କୋରୋନା ପାଇଁ ଦିଲ୍ଲାରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ସରକାରଙ୍କ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣ ଭିଡକୁ କମାଇବା ପାଇଁ ତାଲା ଦେଖିବାକୁ ମିଳିଛି ।

author img

By

Published : Mar 20, 2020, 2:11 PM IST

Updated : Mar 20, 2020, 3:09 PM IST

corona virus
କରୋନା କଟକଣା

କେନ୍ଦୁଝର: କୋରୋନା ପାଇଁ ଦିଲ୍ଲାରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ସରକାରଙ୍କ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣ ଭିଡକୁ କମାଇବା ପାଇଁ ତାଲା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ଅତି ଆବଶ୍ୟକ ସମୟରେ ହିଁ କାର୍ଯ୍ୟାଳୟକୁ ଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହା ଜିଲ୍ଲାର ସମସ୍ତ ଧାର୍ମିକ ପୀଠରେ ଭିଡ଼ ନକରିବା ପାଇଁ ଗତକାଲିଠାରୁ ବାରଣ କରାଯାଇଛି । ନିର୍ଦ୍ଦେଶ ପରେ ଆଜି ଘଟଗାଁରେ ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି ।

ସେହିପରି ବଳଦେବଜୀଉ ମନ୍ଦିର ଓ ଜିଲ୍ଲାର ବିଭିନ୍ନ ମସଜିଦ, ଗୁରୁଦ୍ୱାର ଆଦି ଗୁଡିକରେ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ ହୋଇଛି । ସାଧାରଣ ଦର୍ଶନ ବନ୍ଦ ହୋଇଥିଲେ ମଧ୍ୟ ନୀତିକାନ୍ତି ପୂର୍ବ ପରି ଚାଲୁ ରହିବ ବୋଲି ଜଣାପଡିଛି । ଜିଲ୍ଲା ପ୍ରଶାସନ ଏନେଇ କଡା ନିର୍ଦେଶ ଦେଇଥିବା ବେଳେ ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 20, 2020, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.